ବ୍ୟାଙ୍କରୁ ୧୦ ନିୟୁତ ଡଲାର ଆଣି ଘରେ ରଖି ଦେଖିଲେ, ଧନୀ ବୋଲି ବିଶ୍ବାସ ହେଉନଥିଲା

ଆବିଦ୍‌ଜାନ୍: ନାଇଜେରିଆର ଧନୀ ବ୍ୟକ୍ତି ଆଲିକୋ ଡାଙ୍ଗୋଟେ ଧନୀ ହେବା ପରେ କିଭଳି ଅନୁଭୂତି ଥିଲା ତାହାକୁ ବର୍ଣ୍ଣନା କରିଛନ୍ତି। ସେ କହିଲେ, ଧନୀ ନା ନାହିଁ ମୋର ବିଶ୍ବାସ ନଥିଲା। ସତରେ ମୋ ପାଖରେ ବିପୁଳ ପରିମାଣର ଅର୍ଥ ଅଛି ବୋଲି ମୋର ବିଶ୍ବାସ ହେଉନଥିଲା। ଦିନେ ମୁଁ ବ୍ୟାଙ୍କ ଯାଇ ୧୦ ନିୟୁତ ଡଲାର ଉଠାଇଲି ଓ ତାହାକୁ ଆଣି ନିଜ ଘରେ ରଖିଲି। ଗୋଟିଏ ଦିନ ସେସବୁ ଅର୍ଥରାଶିକୁ ଦେଖିଲି। ଏହା ପରେ ମୋର ବିଶ୍ବାସ ହୋଇଥିଲା ଯେ ମୋ ପାଖରେ ଅର୍ଥ ଅଛି। ଗୋଟିଏ ଦିନ ସବୁ ନଗଦ ରାଶିକୁ ଘରେ ରଖିବା ପରେ ତା’ ପରଦିନ ପୁଣି ତାହାକୁ ନେଇ ବ୍ୟାଙ୍କରେ ଜମା କରିଥିଲି ବୋଲି ସେ କହିଛନ୍ତି। ‌ଯୁବକ ଅବସ୍ଥାରେ ପ୍ରଥମ ନିୟୁତ ଡଲାର ଅନେକ ଗୁରୁତ୍ବ ରଖେ। ଏହା ପରେ ଯେତେ ଅର୍ଥ ଆସିଲେ ତାହା ଉପରେ ଧ୍ୟାନ ରହେ ନାହିଁ। ତାହା କେବଳ ସଂଖ୍ୟା ହୋଇ ରହିଯାଏ ବୋଲି ସେ କହିଛନ୍ତି। ଡାଙ୍ଗୋଟେଙ୍କୁ ଆଫ୍ରିକାର ସବୁଠୁ ଧନୀ ବ୍ୟକ୍ତି ବୋଲି ବିବେଚନା କରାଯାଏ। ତାଙ୍କ କଂପାନି ସିମେଣ୍ଟ୍‌ ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ ଅନେକ ପ୍ରକାର ସାମଗ୍ରୀ ଉତ୍ପାଦନ କରୁଛି।

ସମ୍ବନ୍ଧିତ ଖବର