ଡ୍ରିମ୍‌ସକୁ ମିଳିଲା ସ୍ୱୟଂଶାସିତ ମାନ୍ୟତା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଡ୍ରିମସ୍‌କୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଛି। ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ) ଅନୁୟାୟୀ ଏହି ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ସୁପାରିସ୍‌ ଆଧାରରେ ଚଳିତ ବର୍ଷ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ପରିଦର୍ଶନରେ ଆସି ଡ୍ରିମସ୍‌ର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷା ପରିଚାଳନା ଏବଂ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। ସେହି ରିପୋର୍ଟ ଆଧାରରେ ୟୁଜିସି ପକ୍ଷରୁ ଡ୍ରିମସ୍‌କୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ଡ୍ରିମ୍‌ସର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ୟୁଜିସି ଚେୟାରମ୍ୟାନ୍‌, ଆୟୋଗର ସମସ୍ତ ପଦାଧିକାରୀ, ବିପିୟୁଟିର କୁଳପତି, ରେଜିଷ୍ଟ୍ରାର, ସମସ୍ତ ଅଧିକାରୀ, କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ, ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର