ଡ୍ରିମ୍‌ସ ନର୍ସିଂ ଛାତ୍ରଛାତ୍ରୀ ଜିତିଲେ ସ୍ୱର୍ଣ୍ଣ ଓ ରୋପ୍ୟ ପଦକ

କଟକ,: ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ‘ଓଡିଶା ସ୍କିଲ୍‌ସ-୨୦୧୮’ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଡ୍ରିମ୍‌ସ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଂର ତୃତୀୟ ବର୍ଷ ଛାତ୍ର ସୁଧାଂଶୁ ଶେଖର ସାହୁ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଦ୍ୱିତୀୟ ବର୍ଷ ଛାତ୍ରୀ ନିବେଦିତା ସ୍ୱାଇଁ ରୋପ୍ୟ ପଦକ ବିଜୟିନୀ ହୋଇଛନ୍ତି। ପ୍ରତିଯୋଗିତାରେ ପକ୍ଷାଘାତ ରୋଗୀର ସେବାଯତ୍ନ ସମ୍ବନ୍ଧୀୟ ଦକ୍ଷତା ପ୍ରତିଯୋଗିତା ମୂଲ୍ୟାୟନରେ ଉଭୟ ସର୍ବାଧିକ ପଏଣ୍ଟ ହାସଲ କରିଥିଲେ। ଏହି ଅବସରରେ ‘ଡ୍ରିମ୍‌ସ’ର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ଶେଖର ଓ ନିବେଦିତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନର୍ସିଂ ଅଧ୍ୟକ୍ଷା ଅନସୂୟା ପଟ୍ଟନାୟକ ଏବଂ ଲୋକ ସଂପର୍କ ଅଧିକାରୀ ନିରାକାର ସହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର