ତୁତିକୋରିନ୍‌ ପ୍ଲାଣ୍ଟ ବନ୍ଦ: ତମ୍ବା ଅଭାବ ଦେଖାଦେବ

ନୂଆଦିଲ୍ଲୀ: ଗଣ୍ଡଗୋଳ ପରେ ବେଦାନ୍ତ ଗ୍ରୁପ୍‌ର ତୁତିକୋରିନ୍‌ ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟକୁ ତାମିଲନାଡ଼ୁ ସରକାର ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଫଳରେ କାରଖାନାର ପ୍ରାୟ ୫୦ ହଜାର କର୍ମଚାରୀ ଜୀବିକା ହରାଇବେ। ତମ୍ବାର ଘୋର ଅଭାବ ଦେଖାଦେବ। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ଦେଶରେ ୮ ଲକ୍ଷ ୪୨ ହଜାର ୯୬୧ ଟନ୍‌ର ତମ୍ବା ଉତ୍ପାଦନ ହୋଇଥିବାବେଳେ ଏଥିରୁ ବେଦାନ୍ତ ପ୍ରାୟ ୪୮ ପ୍ରତିଶତ ତମ୍ବା ଉତ୍ପାଦନ କରିଥିଲା। ତୁତିକୋରିନ୍‌ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୪ ଲକ୍ଷ ଟନ୍‌ ରହିଛି। ମାର୍ଚ୍ଚ ମାସରେ ରକ୍ଷଣାବେକ୍ଷଣ ପାଇଁ ଏହି ପ୍ଲାଣ୍ଟକୁ ବନ୍ଦ ରଖାଯାଇଥିଲା। ତେବେ ସେଠାରେ ଆନ୍ଦୋଳନ ହେବାରୁ କାରଖାନାକୁ ଅଧିକ ଦିନ ପାଇଁ ବନ୍ଦ ରଖାଯାଇଥିଲା। ବେଦାନ୍ତର ପ୍ଲାଣ୍ଟ ବନ୍ଦ ହେବା ଫଳରେ ଦେଶକୁ ଏବେ ବିଦେଶ ବଜାର ଉପରେ ତମ୍ବା ପାଇଁ ନିର୍ଭର କରିବାକୁ ପଡ଼ିବ। କାରଣ ଦ୍ରୁତ ଶିଳ୍ପାୟନ ସମେତ କାର୍‌ ଓ ଫ୍ୟାନ୍‌ ଆଦିରେ ବହୁଳ ମାତ୍ରାରେ ତମ୍ବା ବ୍ୟବହାର ହେଉଛି। ସ୍ୱାଭାବିକ ଭାବେ ଦେଶରେ ତମ୍ବାର ଅଭାବ ଆସନ୍ତା ୨ ବର୍ଷ ପରେ ଦେଖାଦେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।

ସମ୍ବନ୍ଧିତ ଖବର