ଡ୍ୟୁକ୍‌ର ସ୍ପ୍ରିଙ୍ଗ ସମର ୨୦୧୯ କଲେକ୍ସନ

ଭୁବନେଶ୍ବର,: ଡ୍ୟୁକ୍ ଫେସନ୍ସ ଇଣ୍ଡିଆ ଲିମିଟେଡ ସ୍ପ୍ରିଙ୍ଗ୍ ସମର ୨୦୧୯ କଲେକ୍ସନର ପୋଷାକ ଆଣିଛି। ଭାରତର ଫେସନପ୍ରିୟ ଗ୍ରାହକଙ୍କ ପାଇଁ କମ୍ପାନି ଆଣିଥିବା ଏହି ପୋଷାକଗୁଡ଼ିକରେ ଦକ୍ଷିଣ ପୂର୍ବ ଏସୀୟ ଦ୍ବୀପର ସମୁଦ୍ର ବେଳାଭୂମି, ପର୍ବତ ଦୃଶ୍ୟ ଏବଂ ରଙ୍ଗିନ ସଂସ୍କୃତିର ଛାପ ରହିଛି। ପୋଷାକଗୁଡ଼ିକ ହାଲୁକା, ଢିଲା ଏବଂ ଆରାମଦାୟକ ରହିଛି। ପୁରୁଷ ଓ ମହିଳାଙ୍କ ପାଇଁ ଆସିଥିବା ଏହି ପୋଷାକ ମଧ୍ୟରେ ଟି-ସାର୍ଟ, ଡେନିମ, ଟ୍ରାଉଜର, ଲୋୟର୍ସ, ଲାଉଞ୍ଜୱିୟର, କ୍ୟାପ୍ରିସ, ବରମୁଡା ଆଦି ରହିଛି। ପୁରୁଷମାନଙ୍କ ପାଇଁ କମ୍ପାନି ଏହାର ଏକ୍ସକ୍ଲୁ୍ସିଭ ମିଲିଟାରି କଲେକ୍ସନ ୧୯ ମଧ୍ୟ ଆଣିଛି। ନୂଆ ଡିଜାଇନ, ରଙ୍ଗ, ପ୍ରିଣ୍ଟ, ଏମ୍ବ୍ରୋଡୋରି, ପ୍ୟାଚ ୱାର୍କ ସହିତ କମ୍ପାନି ନୂଆ ପୋଷାକଗୁଡ଼ିକୁ ଆଣିଛି। ଟ୍ରେଣ୍ଡି ଓ ଷ୍ଟାଇଲିସ ପୋଷାକ ସମ୍ଭାର ଗୁଡ଼ିକ ଅନ୍ତର୍ଜାତୀୟ ଡିଜାଇନ, ଫେସନ ଓ କ୍ବାଲିଟିର ହୋଇଛି ଏବଂ ଏଗୁଡ଼ିକୁ ଯୁବବର୍ଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନିର ନିର୍ଦେଶକ କୁନ୍ତଳ କୁମାର ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର