ସଙ୍କଟ ସମୟରେ ବଢ଼ିଲା ଫେସବୁକ୍‌ ମାଲିକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମଧ୍ୟ ଭାଗ ଠାରୁ ସାରା ବିଶ୍ବରେ କରୋନା ସଙ୍କଟ ପ୍ରଭାବ ବିସ୍ତାର କରିବା ପରଠାରୁ ପ୍ରାୟ ସବୁ ପ୍ରକାର ଶିଳ୍ପ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଭଳି ସଙ୍କଟ ସମୟରେ ମଧ୍ୟ ବିଶ୍ବର କିଛି ଧନୀ ବ୍ୟକ୍ତି ନିଜର ସମ୍ପତ୍ତି ବଢ଼ାଇବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଫେସବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗ ଆଗରେ ଅଛନ୍ତି। ଗତ ଦୁଇ ମାସ ଭିତରେ ସେ ନିଜ ସମ୍ପତ୍ତିରେ ଆଉ ୩୦୦୦ କୋଟି ଡଲାର ଯୋଡ଼ିପାରିଛନ୍ତି।

ଏଥି ସହିତ ସେ ବିଶ୍ବର ତୃତୀୟ ବଡ଼ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୮୭୫୦ କୋଟି ଡଲାରକୁ ବୃଦ୍ଧି ପାଇଛି। ଫେସବୁକ୍‌ ଏହାର ଅନ୍‌ଲାଇନ୍ ସପିଙ୍ଗ୍‌ ବ୍ୟବସ୍ଥା ‘ସପସ୍‌’ ଆରମ୍ଭ କରିବା ପରେ କଂପାନିର ସେୟାର ମୂଲ୍ୟରେ ବଡ଼ଧରଣର ବୃଦ୍ଧି ଘଟିଛି। ସେଥିପାଇଁ ଜୁକରବର୍ଗଙ୍କ ସମ୍ପତ୍ତି ଏବେ ବଢ଼ିଯାଇଛି।

ସମ୍ବନ୍ଧିତ ଖବର