ହସ୍ତତନ୍ତ ବୁଣାକାରଙ୍କ ପାଇଁ ମାଇକ୍ରୋସଫ୍ଟର ଇ-କମର୍ସ ସାଇଟ୍‌

ହାଇଦ୍ରାବାଦ: ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ସ୍ବରୂପ ତେଲେଙ୍ଗାନାର ହସ୍ତତନ୍ତ ବୁଣାକାରଙ୍କ ପାଇଁ ଏକ ଇ-କମର୍ସ ସାଇଟ୍ ରି-ୱିଭ୍‌ ଡଟ୍ କମ୍ ବିକଶିତ କରାଯାଇଛି। ଏହା ଜରିଆରେ ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଅନଲାଇନ୍‌ରେ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇପାରିବେ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫେସନ୍ ଟେକ୍ନୋଲୋଜି ପକ୍ଷରୁ ହସ୍ତତନ୍ତ ବୁଣାକାରଙ୍କ ପାଇଁ ଏକ ପାଠ୍ୟକ୍ରମ ବିକଶିତ କରାଯାଇଛି ଯାହାକୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ମାଇକ୍ରୋସଫ୍ଟ ଇଣ୍ଡିଆର ପରିଚାଳନା ନିର୍ଦେଶକ ଅନିଲ ଭନ୍‌ସାଲି, ନିର୍ଦେଶକ ଚିତ୍ରା ସୁଦ୍‌ ଏବଂ ତେଲେଙ୍ଗନାର ପ୍ରମୁଖ ସଚିବ ଜୟେଶ ରଞ୍ଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର