ଏଣିକି ଅାବେଦନର ମାତ୍ର ୪ ଘଣ୍ଟା ଭିତରେ ମିଳିବ ପାନ୍ କାର୍ଡ

ନୂଆଦିଲ୍ଲୀ :  ଡିସେମ୍ବର ୫ ତାରିଖରୁ ଦେଶରେ ପାନ କାର୍ଡକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏକ ଭଲ ଖବର ମଧ୍ୟ ରହିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଖୁବ ଶୀଘ୍ର ଆପଣଙ୍କୁ ଆପଣଙ୍କ ପାନ୍ କାର୍ଡ ଆବେଦନ କରିବାର ମାତ୍ର ୪ ଘଣ୍ଟା ଭିତରେ ମିଳିଯିବ । ଏଥିପାଇଁ କେବଳ ଆଧାରକାର୍ଡର ଆବଶ୍ୟକତା ପଡ଼ିବ । ଆଶା କରାଯାଉଛି  ଆଗାମୀ ୧ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଯିବ।

ସେଂଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରା କହିଛନ୍ତି, ଆୟକର ବିଭାଗ ମାତ୍ର ୪ ଘଣ୍ଟାରେ  କିପରି ପାନ୍ କାର୍ଡ ଯୋଗାଇ ଦିଆଯିବ, ସେହି ଯୋଜନା ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଗତ ୨୦୧୭ ମସିହା ଏପ୍ରିଲ ମାସରେ ସିବିଡିଟି ଇ-ପାନ୍ ସୁବିଧା ଆରମ୍ଭ କରିଥିଲା । ଏହା ଜରିଆରେ ପ୍ରତ୍ୟେକ ଆବେଦନକାରୀଙ୍କୁ ସେମାନଙ୍କର ଇମେଲ୍ ଆଇଡି ମାଧ୍ୟମରେ ପାନ୍ କାର୍ଡର ସଫ୍ଟ କପି ପିଡିଏଫ୍ ଫର୍ମାଟରେ ପଠାଯାଇ ପାରିବଏବଂ ଆବେଦନକାରୀମାନେ ନିଜ ଇ-ମେଲ୍ ଆଇଡିରୁ ଇ-ପାନ୍ ଡାଉନଲୋଡ୍ କରି ଏହାକୁ ଉପଯୋଗ କରିପାରିବେ ।

ସମ୍ବନ୍ଧିତ ଖବର