ଦିନକୁ ସୃଷ୍ଟି ହେଉଛି ୨୪ ହଜାର ଇ-େଓ୍ଵ ବିଲ୍‌

ଭୁବନେଶ୍ୱର: ରାଜ୍ୟରେ ଦୈନିକ ୨୪ ହଜାରରୁ ଅଧିକ େଓ୍ଵ-ବିଲ୍‌ ସୃଷ୍ଟି କରାଯାଇଛି। ରାଜ୍ୟ ଭିତରେ ମାଲ ପରିବହନ ପାଇଁ ୧୭ ହଜାର ପାଖାପାଖି େଓ୍ଵ-ବିଲ୍‌ ସୃଷ୍ଟି କରାଯାଉଥିବା ବେଳେ ରାଜ୍ୟ-ରାଜ୍ୟ ଭିତରେ ମାଲ୍‌ ପରିବହନ ପାଇଁ ୭ ହଜାର ପାଖାପାଖି େଓ୍ଵ-ବିଲ୍‌ ସୃଷ୍ଟି କରାଯାଉଛି ବୋଲି ବାଣିଜ୍ୟ କର କମିସନର୍‌, କଟକ ଶାଶ୍ୱତ ମିଶ୍ର କହିଛନ୍ତି।
ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ୟୁସିସିଆଇ) ପକ୍ଷରୁ ଟ୍ରାଇଷ୍ଟାର୍‌ ସଫ୍ଟଓୟାର ଆଣ୍ଡ୍‌ ସଲ୍ୟୁସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ଇ-େଓ୍ଵ ବିଲ୍‌କୁ ନେଇ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି।
କିଛି ଦିନ ତଳେ ରାଜ୍ୟରେ ଇ-େଓ୍ଵ ବିଲ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଜିଏସ୍‌ଟି ଲାଗୁ ହେବା ପରେ ଇ-େଓ୍ଵ ବିଲ୍‌ ବ୍ୟବସ୍ଥା ଲାଗୁ କରାଯାଇଛି।
ୟୁସିସିଆଇ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୟୁସିସିଆଇର ଉପସଭାପତି (ଶିଳ୍ପ) ଅସିତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଟ୍ରାଇଷ୍ଟାର୍‌ ସଫ୍ଟଓୟାର ଆଣ୍ଡ୍‌ ସଲ୍ୟୁସନ୍ସର ନିର୍ଦେଶକ ଜି ବି ଗୁପ୍ତା ଇ-େଓ୍ଵ ବିଲ୍‌ ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ତାଙ୍କୁ ଟାଲି ସଲ୍ୟୁସନ୍ସର ବରିଷ୍ଠ ବିକ୍ରି ପ୍ରବନ୍ଧକ ମିହିର କୁମାର ମିଶ୍ର ସହଯୋଗ କରିଥିଲେ। ଏହି ଅବସରରେ ଅତିରିକ୍ତ କମିସନର (ସିଟି ଆଣ୍ଡ ଜିଏସ୍‌ଟି) ମାନଭଞ୍ଜନ ଆଚାର୍ଯ୍ୟ ଓ ଓଡ଼ିଶା ବାଣିଜ୍ୟ କର, କଟକର ଯୁଗ୍ମ ସଚିବ ବିଶ୍ୱଜିତ ପାଲ୍‌ ଉପସ୍ଥିତ ବ୍ୟବସାୟୀ ଓ ଶିଳ୍ପ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ଅବୈତନିକ ଯୁଗ୍ମ ସଚିବ ସଞ୍ଜୀବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶତାଧିକ ଶିଳ୍ପ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର