ଆସନ୍ତା କାଲିଠାରୁ ଓଡ଼ିଶାରେ ଲାଗୁ ହେବ ଇ-ୱେ ବିଲ ବ୍ୟବସ୍ଥା

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଓଡ଼ିଶା ସମେତ ଆଉ ୫ଟି ରାଜ୍ୟ ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ମିଜୋରାମ, ଗୋଆ, ଛତିଶଗଡରେ ଆନ୍ତଃରାଜ୍ୟ ଇ-ୱେ ବିଲ ଲାଗୁ ହେବ । ଅର୍ଥାତ ରାଜ୍ୟ ମଧ୍ୟରେ ଟ୍ରକ ଚଳାଚଳ ପାଇଁ ଇ-ୱେ ବିଲ ବାଧ୍ୟତାମୂଳକ ହେବ । ସେହିପରି ୨ ଜୁନରୁ ତାମିଲନାଡୁ ଓ ୩ ଜୁନରୁ ପଶ୍ଚିମବଙ୍ଗରେ ଏହା ଲାଗୁ ହେବ । ଏହା ପୂର୍ବରୁ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି । ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ େଓ୍ଵ ବିଲ୍‌ ବା ଇ-ୱେ ବିଲ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-େଓ୍ଵ ବିଲ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-ୱେ ବିଲ ବାହାର କରିହେବ । ତେବେ ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ଫେବ୍ରୁଆରୀ ୧ରୁ ଲାଗୁହୋଇଥିଲା । କିନ୍ତୁ ଏହାର ଆଇଟି ସିଷ୍ଟମ କ୍ରାସ କରିଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ଏହା ଏପ୍ରିଲରୁ ପର୍ଯ୍ୟାୟକ୍ରମେ ଲାଗୁ ହୋଇଥିଲା ।

ସମ୍ବନ୍ଧିତ ଖବର