ଇଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌େଓ୍ଵରେ ଲାଗିଛି ସେଲ୍‌ ଇସ୍ପାତ

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ଇଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌େଓ୍ଵରେ ସେଲ୍‌ର ଇସ୍ପାତକୁ ବ୍ୟବହାର କରାଯାଇଛି। ଏହି ପ୍ରକଳ୍ପ ପାଇଁ କଂପାନି ପକ୍ଷରୁ ୪୩ ହଜାର ଟନ୍‌ ଇସ୍ପାତ ଯୋଗାଇ ଦିଆଯାଇଛି। ସେଲ୍‌ ପକ୍ଷରୁ ଟିଏମ୍‌ଟି ରିବାର୍‌, ପ୍ଲେଟ୍‌ ଓ ଷ୍ଟ୍ରକ୍‌ଚରାଲ୍‌ ଆଦି ଯୋଗାଇ ଦିଆଯାଇଥିଲା। େଓ୍ଵଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌େଓ୍ଵ ପାଇଁ ମଧ୍ୟ ସେଲ୍‌ ଇସ୍ପାତ ଯୋଗାଇ ଦେଉଛି। ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ସେଲ୍‌ ଇସ୍ପାତକୁ ବ୍ୟବହାର କରାଯାଇଛି। ଏହା ସଡ଼କ, ରାଜପଥଠାରୁ ଆରମ୍ଭ କରି ପୋଲ, ଜଳ ବିଦ୍ୟୁତ ପ୍ରକଳ୍ପ, ରେଳ ଓ ରୋଡ୍‌ ଟନେଲ୍‌, ମେଟ୍ରୋ ଲାଇନ୍‌ ପାଇଁ ଇସ୍ପାତ ଯୋଗାଇ ଦେଉଛି।

ସମ୍ବନ୍ଧିତ ଖବର