ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚିବ ଖାଦ୍ୟ ସାମଗ୍ରୀ, ମାଗଣା ସ୍ୱାସ୍ଥ୍ୟପରୀକ୍ଷା

ଏବେ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚିବ କ୍ଷୀର, ଫଳ ଓ ପନିପରିବା । ଏହା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ମାଗଣାରେ ହୋଇପାରିବ । ଗୋଟିଏ ଫୋନ କଲ୍‌ରେ ଏହି ସେବା ପହଞ୍ଚିବ । ସବୁଠାରୁ ବଡ଼ କଥା ହେଉଛି ଏହି ସେବା କୌଣସି ଘରୋଇ କମ୍ପାନି ବା ଷ୍ଟାର୍ଟ ଅପ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନାସନାଲ ଡାଇରୀ ଡେଭଲପମେଣ୍ଟ ବୋର୍ଡ (ଏନଡିଡିବି) ଅଧିନସ୍ଥ ସଂସ୍ଥା ମଦର୍ସ ଡାଇରୀ ପକ୍ଷରୁ ଆରମ୍ଭ କରାଯାଇଛି ।

ଏହି ନୂଆ ଯୋଜନାରେ ଘରୋଇ ଯୋଗାଣ ସହ ସ୍ୱାସ୍ଥ୍ୟ ସୁବିଧା, ସଚେତନତା ଓ ସକ୍ରିୟ କାର୍ଯ୍ୟକ୍ରମ ଜଡ଼ିତ । ସହରରେ ଥିବା ୯ଟି ସଫଲ ଷ୍ଟୋରକୁ ବରିଷ୍ଠ ନାଗରିକ ଗସ୍ତ କରି ଘରୋଇ ଯୋଗାଣ ପାଇଁ ବରାଦ ଦେଇପାରିବେ କିମ୍ବା ଫୋନରେ ସାମଗ୍ରୀ ପାଇଁ ବରାଦ ଦେଇପାରିବେ । ବିନା ଦେୟରେ ଏହି ସାମଗ୍ରୀ ଯୋଗାଣ କରାଯିବ ଏବଂ ଏଥିପାଇଁ କୌଣସି ସର୍ବନିମ୍ନ ବରାଦ ପରିମାଣ ନାହିଁ । ମାତ୍ର 2 ଘଣ୍ଟା ମଧ୍ୟରେ ସଫଲ ସାମଗ୍ରୀ ଯେପରି ବରିଷ୍ଠ ନାରିକଙ୍କ ନିକଟରେ ପହଞ୍ଚିପାରିବ ସେଦିଗରେ କମ୍ପାନି ପଦକ୍ଷେପ ଗ୍ରହଣ କରିଛି ।

ଏହି ଯୋଜନାର ଶୁଭାରମ୍ଭ କରି ଏନଡ଼ିଡ଼ିବି ଅଧ୍ୟକ୍ଷ ଦୀଲିପ ରଥ କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କୁ କର୍ମତତ୍ପର ରଖିବା ପାଇଁ ସଫଳ ପକ୍ଷରୁ ଘରେ ସାମଗ୍ରୀ ଯୋଗାଣ ସହ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସକ୍ରିୟ ଅଧିବେଶନ ପାଇଁ ପଦକ୍ଷେପ ଗ୍ରଡଣ କରାଯାଇଛି । ସହରରେ ଅଧିକ ବିକ୍ରୟ କେନ୍ଦ୍ର ଖୋଲାଯିବା ସହ ଏହି ସେବାକୁ ଅନ୍ୟାନ୍ୟ ଅଂଚଳକୁ ସଂପ୍ରସାରିତ କରାଯିବ । ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ସଫଲ ଏହାର  ଗ୍ରାହକଙ୍କୁ ଆରଡ଼ବ୍ଲୁଏ ସହଯୋଗରେ ଶିକ୍ଷିତ ଓ ସଚେତନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବ । ଏହାଦ୍ୱାରା ବରିଷ୍ଠ ନାଗରିକ ବିଭିନ୍ନ ଫଳ ଓ ପନିପରିବା ସଂପର୍କରେ ସଚେତନ ହୋଇପାରିବେ ।

ସମ୍ବନ୍ଧିତ ଖବର