ହ୍ଵାଟସ୍‌ଆପ୍‌ରେ ‘ଫର୍‌ଓ୍ଵାର୍ଡ ମେସେଜ୍‌’ ଚିହ୍ନଟ ସହଜ ହେବ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ମୋବାଇଲ୍‌ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ରେ ବ୍ୟବହାରକାରୀମାନେ ଅନେକ ପ୍ରକାର ବାର୍ତା (ମେସେଜ୍‌) ପଠାଇଥାନ୍ତି। କେଉଁ ମେସେଜ୍‌ ଅସଲି ଓ କେଉଁଗୁଡ଼ିକୁ ଫର୍‌ଓ୍ଵାର୍ଡ କରାଯାଇଛି ତାହା ଜାଣି ହେଉନାହିଁ। ହ୍ଵାଟସ୍‌ଆପ୍‌ ପକ୍ଷରୁ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଅପ୍‌ଡେଟ୍‌ ଜାରି କରାଯାଇଛି ଯାହା ଜରିଆରେ ଫର୍‌ଓ୍ଵାର୍ଡ ମେସେଜ୍‌ଗୁଡ଼ିକୁ ଚିହ୍ନଟ କରାଯାଇଛି। ଅନ୍ୟ କାହାର ମେସେଜ୍‌କୁ ଫର୍‌ଓ୍ଵାର୍ଡ କଲେ ମେସେଜ୍‌ ଉପରେ ‘ଫର୍‌ଓ୍ଵାଡେଡ୍‌’ ବୋଲି ଲେଖା ରହିବ। ଏହା ଦ୍ୱାରା ମେସେଜ୍‌ ପାଇଥିବା ବ୍ୟକ୍ତି ଜାଣିପାରିବେ ଯେ ଏହି ମେସେଜ୍‌ଟି ଅସଲି ନୁହେଁ, ଫର୍‌ଓ୍ଵାର୍ଡ ମେସେଜ୍‌। ଉଭୟ ପଠାଇଥିବା ଓ ପାଇଥିବା ବ୍ୟକ୍ତିଙ୍କ ମେସେଜ୍‌ ଉପରେ ଫର୍‌ଓ୍ଵାର୍ଡେଡ୍‌ ବୋଲି ଲେଖା ରହିବ। ହ୍ଵାଟସ୍‌ଆପ୍‌ର ବିଟା ଭର୍ସନ୍‌ରେ ଏହି ଅପ୍‌ଡେଟ୍‌ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର