ଷ୍ଟକ ମାର୍କେଟରେ ଅଧିକ ନିବେଶ କରିପାରିବେ ଇପିଏଫଓ ସଦସ୍ୟ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ)ର ସଦସ୍ୟମାନେ ଖୁବ୍‌ଶୀଘ୍ର ଷ୍ଟକ୍‌ ମାର୍କେଟରେ ଅଧିକ କିମ୍ବା କମ୍‌ ପରିମାଣର ନିବେଶ ସୁଯୋଗ ପାଇବେ। ଏବେ ଇପିଏଫଓ ଏହାର ମୋଟ ନିବେଶଯୋଗ୍ୟ ପାଣ୍ଠିର ୧୫ ପ୍ରତିଶତ ଷ୍ଟକ୍‌ ମାର୍କେଟରେ ନିବେଶ କରୁଛି। ତେବେ ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଧାରକ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ବୈଠକରେ ସଦସ୍ୟମାନଙ୍କୁ ଷ୍ଟକ ମାର୍କେଟରେ ଅଧିକ କିମ୍ବା କମ୍‌ ପରିମାଣର ନିବେଶ ସମ୍ପର୍କିତ ବିକଳ୍ପ ସୁଯୋଗ ପ୍ରଦାନ ଉପରେ ଆଲୋଚନା ହୋଇଛି। ଏହି ପ୍ରସ୍ତାବକୁ ଯଦି ଚୂଡ଼ାନ୍ତ ମଞ୍ଜୁରି ମିଳେ ତା’ହେଲେ ସଦସ୍ୟମାନେ ଧାର୍ଯ୍ୟ ୧୫ ପ୍ରତିଶତଠାରୁ ଅଧିକ କିମ୍ବା କମ୍‌ ରାଶି ଷ୍ଟକ୍‌ ମାର୍କେଟରେ ନିବେଶ କରିବା ସୁଯୋଗ ପାଇବେ। ୨୦୧୮ ଫେବ୍ରୁଆରି ୨୮ ସୁଦ୍ଧା ଇପିଏଫଓ ଷ୍ଟକ ମାର୍କେଟରେ ମୋଟ ୪୧,୯୬୭.୫୧ କୋଟି ଟଙ୍କା ନିବେଶ କରିଛି। ଏବାବଦରେ ୧୭.୨୩ ପ୍ରତିଶତ ରିଟର୍ଣ୍ଣ ପାଇଛି। ୨୦୧୫ ଅଗଷ୍ଟରୁ ଇପିଏଫଓ ଷ୍ଟକ ମାର୍କେଟରେ ନିବେଶ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର