ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍ ମାମଲାରେ ଏହାର କର୍ମଚାରୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କର୍ମଚାରୀମାନେ ସେମାନଙ୍କ ବାକିଆ ଦରମା ପାଇବା ସମେତ ଏୟାରଲାଇନକୁ ଜରୁରୀକାଳୀନ ପାଣ୍ଠି ପ୍ରଦାନକୁ ତ୍ବରାନ୍ବିତ କରିବା ଲାଗି ଏମାନେ ଦାବି କରିଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜରେ ଏବେ ପ୍ରାୟ ୨୩ ହଜାର କର୍ମଚାରୀ ଅଛନ୍ତି। ପାଇଲଟଙ୍କ ସମେତ ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନେ ଦୀର୍ଘଦିନ ହେଲା ଦରମା ପାଇନାହାନ୍ତି। ଏୟାରଲାଇନର ଭବିଷ୍ୟତ ଅନିଶ୍ଚିତନା ମଧ୍ୟରେ ରହିଥିବାରୁ ଦୁଇଟି କର୍ମଚାରୀ ସଂଘ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ପ୍ରଭାବିତ କର୍ମଚାରୀମାନଙ୍କ ବାକିଆ ବେତନ ଓ ଅର୍ଥ ପ୍ରଦାନ ପାଇଁ ଏମାନେ ଉଲ୍ଲେଖ କରିଛନ୍ତି। ଏଥିସହିତ ଜରୁରୀକାଳୀନ ପାଣ୍ଠି ପ୍ରଦାନକୁ ତ୍ବରାନ୍ବିତ କରିବା ପାଇଁ ସେମାନେ କହିଛନ୍ତି। କାରଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ମୁହୂର୍ତ୍ତ ଏବଂ ପ୍ରତ୍ୟେକ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେମାନେ କହିଛନ୍ତି। ଦୀର୍ଘମାସର ଅନିଶ୍ଚିତତା ପରେ, ଜେଟ୍ ଏୟାରୱେଜ ଜେଟ୍ ଏୟାରୱେଜର ଚଳାଚଳକୁ ଗତ ୧୭ ତାରିଖରୁ ବନ୍ଦ କରି ଦିଆଯାଇଛି।
ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ କର୍ମଚାରୀ
/sambad/media/post_attachments/wp-content/uploads/2019/04/xjet-airways1-1542088112-1555584872.jpg.pagespeed.ic_.M81hZ4yEVa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)