ଏନ୍‌କୋର୍‌ ଏଜୁକେସନ୍‌ ‘ଏୟୁପିପି’ର ପାଟର୍ନର୍‌

ଭୁବନେଶ୍ୱର: ଏଏମ୍‌ଟିସି ପକ୍ଷରୁ ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ମିଶି ଆବ୍ରୋଡ୍‌ ୟୁନିଫାଏଡ୍‌ ପାଥ୍‌େଓ୍ଵ ପ୍ରୋଗ୍ରାମ୍‌ (ଏୟୁପିପି)ର ପରିକଳ୍ପନା ପ୍ରସ୍ତୁତ କରାଯାଇଛି। ସହିଦ ନଗରଠାରେ ଥିବା ଏନ୍‌କୋର୍‌ ଏଜୁକେସନ୍‌ ହେଉଛି ଏୟୁପିପିର ପାର୍ଟନର୍‌ ସଂସ୍ଥା। ଏହା ଜରିଆରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଅଷ୍ଟ୍ରେଲିଆରେ ପାଠପଢ଼ିବାର ସ୍ୱପ୍ନକୁ ପୂରଣ କରିପାରିବେ। ଏୟୁପିପିରେ ଛାତଛାତ୍ରୀମାନଙ୍କୁ ନିଜ ଦେଶରେ ରହି ଅଷ୍ଟ୍ରେଲିଆ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଥମ ବର୍ଷ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରାଯାଉଛି। ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବେ ସେମାନେ ଅଷ୍ଟ୍ରେଲିଆର ଶିକ୍ଷାନୁଷ୍ଠାନରେ ସିଧାସଳଖ ଦ୍ୱିତୀୟ ବର୍ଷରେ ନାମ ଲେଖାଇପାରିବେ। ଏହା ଦ୍ୱାରା ପ୍ରଥମ ବର୍ଷ ପାଠପଢ଼ାରେ ହେଉଥିବା ଖର୍ଚକୁ ସେମାନେ କମାଇପାରିବେ। ଏୟୁପିପିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍କଲାର୍‌ସିପ୍‌ ମଧ୍ୟ ପ୍ରଦାନ କରାଯାଉଛି।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଇଟି, ଆକାଉଣ୍ଟିଂ ଓ ବିଜନେସ୍‌ ଉପରେ ପାଠପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କୁ ଏୟୁପିପି ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଛାତ୍ରଛାତ୍ରୀମାନେ ସନସାଇନ୍‌ କୋଷ୍ଟ ବିଶ୍ୱବିଦ୍ୟାଳୟ, ଫେଡେରେସନ୍‌ ୟୁନିଭର୍ସିଟି ଅଫ୍‌ ଅଷ୍ଟ୍ରେଲିଆ ଓ ଚାର୍ଲସ୍‌ ଡାର୍‌ଓ୍ଵିନ୍‌ ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିପାରିବେ। ଏନ୍‌କୋର ଏଜୁକେସନ୍‌ରେ ବିଶ୍ୱସ୍ତରୀୟ ଶିକ୍ଷାଦାନ କରାଯାଉଛି ବୋଲି ଅନୁଷ୍ଠାନର ନିର୍ଦେଶକ ସରୋଜ ମହାନ୍ତି କହିଛନ୍ତି। ଏଏମ୍‌୍‌ଟିସି ପକ୍ଷରୁ କେବଳ ପାଠପଢ଼ା ନୁହେଁ, ଅଷ୍ଟ୍ରେଲିଆରେ ରହିବା, ଆବଶ୍ୟକ ତାଲିମ, ନିଯୁକ୍ତି ସହାୟତା ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର