ଓଡ଼ିଆ ମାଟ୍ରିମୋନିରେ ଇଞ୍ଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ଅଧିକ

ଭୁବନେଶ୍ବର: ଓଡ଼ିଆ ମାଟ୍ରିମୋନି ସାଇଟ୍‌ରେ ପଞ୍ଜୀକରଣ କରୁଥିବା ପୁରୁଷମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଇଞ୍ଜିନିୟରିଂ। ସେହିପରି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଶିକ୍ଷାଗତ ଯୋଗ୍ୟତା ‘କଳା’ ରହିଛି। ଓଡ଼ିଆ ମାଟ୍ରିମୋନି ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ୱେବସାଇଟ୍‌ରେ ପଞ୍ଜୀକୃତ ହୋଇଥିବା ୭୫ ହଜାରରୁ ଅଧିକ ସଦସ୍ୟଙ୍କୁ ନେଇ ସର୍ଭେ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ରାଜ୍ୟର ପାଞ୍ଚଟି ସହର କଟକ, ଭୁବନେଶ୍ବର, ଗଞ୍ଜାମ, ବାଲେଶ୍ବର ଓ ଯାଜପୁରରେ ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ ଆସୁଛି। ରାଜ୍ୟ ବାହାର ସହର ଭିତରେ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ ଏବଂ ଦିଲ୍ଲୀରୁ ଅଧିକ ପ୍ରାର୍ଥୀ ପଞ୍ଜୀକରଣ କରୁଛନ୍ତି। ମୋଟ ପଞ୍ଜୀକୃତ ସଦସ୍ୟଙ୍କ ମଧ୍ୟରୁ ୩୦% ମହିଳା ହୋଇଥିବା ବେଳେ ୭୦% ହେଉଛନ୍ତି ପୁରୁଷ। ୬୭% ମହିଳା ପ୍ରାର୍ଥୀ ନିଜେ ନିଜ ପାଇଁ ପଞ୍ଜୀକରଣ କରିଥିବା ବେଳେ ନିଜ ପ୍ରୋଫାଇଲ୍ ଖୋଲିବା କ୍ଷେତ୍ରରେ ୭୫% ସହ ପୁରୁଷମାନେ ଆଗରେ ରହିଛନ୍ତି। ଏକ୍‌ଜିକ୍ୟୁଟିଭ୍, ମ୍ୟାନେଜର ଓ ସଫ୍ଟଓୟାର ପେସାଦାର ଭାବେ ଚାକିରି କରୁଥିବା ପ୍ରାର୍ଥୀମାନେ ଓଡ଼ିଆ ମାଟ୍ରିମୋନିରେ ଅଧିକ ମାତ୍ରାରେ ପଞ୍ଜୀକରଣ କରୁଛନ୍ତି। ଏହି ରିପୋର୍ଟ ସମ୍ପର୍କରେ ମାଟ୍ରିମୋନି ଡଟ୍‌ କମ୍‌ର ପ୍ରତିଷ୍ଠାତା ଓ ସିଇଓ ମୁରୁଗାଭେଲ୍ ଜାନକୀରାମ୍ କହିଛନ୍ତି ଯେ, ଆଗାମୀ ଦିନରେ ଆମେ ଓଡ଼ିଆ ସମାଜରେ ଆମର ଉପସ୍ଥିତି ବଢ଼ାଇବା ଉଦ୍ୟମ ଜାରି ରଖିବୁ।

ସମ୍ବନ୍ଧିତ ଖବର