ଏଣ୍ଟରପ୍ରାଇଜ୍‌ ଓଡ଼ିଶା ୨୦୧୭ ଉଦ୍‌ଯାପିତ

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା ୨୦୧୭ର ଆଜି ଉଦ୍‌ଯାପିତ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏଭଳି ପ୍ରଦର୍ଶନୀ ଜରିଆରେ ରାଜ୍ୟର ବ୍ୟବସାୟ ଏବଂ ନିବେଶ ସୁଯୋଗକୁ ଭଲ ଭାବେ ପ୍ରଦର୍ଶନ କରାଯାଇପାରୁଛି ବୋଲି ସେ କହିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସମ୍ମାନିତ ଅତିିଥି ଭାବେ ଯୋଗ ଦେଇଛନ୍ତି। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବ୍ରାଣ୍ଡ୍‌ ଓଡ଼ିଶାକୁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବା ଦିଗରେ ସିଆଇଆଇ କାମ କରୁଛି। ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଅରୁଣ ମିଶ୍ର ଧନ୍ୟବାଦ ପ୍ରଦାନ କରିଛନ୍ତି। ଏଣ୍ଟରପ୍ରାଇଜ୍‌ ଓଡ଼ିଶାରେ ୭୦ରୁ ଅଧିକ କଂପାନି ଅଂଶଗ୍ରହଣ କରିଥିଲେ। ପ୍ରତିଦିନ ଏହି ପ୍ରଦର୍ଶନୀକୁ ହାରାହାରି ୨-୩ ହଜାର ଲୋକଙ୍କ ଆଗମନ ହେଉଥିଲା। ଏହି ଅବସରରେ ସିଆଇଆଇ ପକ୍ଷରୁ ଓ୍ଵାଇଆଇ ଇନୋଭେକ୍ସ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୭ଟି ଷ୍ଟାର୍ଟଅପ୍‌ ସଂସ୍ଥା ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର