୧୯ ଦିନ ମଧ୍ୟରେ ୨୮୦ କୋଟି ଟଙ୍କାର ଇପିଏଫ ଉଠାଣ, ୧ ଲକ୍ଷ ୩୭ ହଜାର ଆବେଦନ ମଞ୍ଜୁର

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଲକଡାଉନ ଚାଲିଥିବାବେଳେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପ୍ରାୟ ୧.୩୭ ଲକ୍ଷ ଇପିଏଫ ଉଠାଣ ବନ୍ଦୋବସ୍ତ କରାଇଛି । ଏହା ମାଧ୍ୟମରେ ମୋଟ ୨୮୦ କୋଟି ଟଙ୍କା ଉଠାଣ ହୋଇଛି ।

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ଓ ଲକଡାଉନ ବେଳେ ଇପିଏଫ ଖାତାଧାରୀମାନଙ୍କୁ ସହାୟତା କରିବାକୁ ନିୟମରେ କେତେକ ସଂଶୋଧନ କରାଯାଇଥିଲା । ଏହା ଦ୍ୱାରା ଚଳିତ ଲକଡାଉନ ସମୟରେ ମୋଟ ୨୮୦ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୩୭ ହଜାରଟି କ୍ଲେମ୍ ସେଟଲମେଣ୍ଟ କରାଯାଇଛି ।

କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୮ରେ ଇପିଏଫ ସ୍କିମ ଅଧିନରେ ଥିବା କର୍ମଚାରୀଙ୍କ ଲାଗି ଏକ ଏକ ସ୍ୱତନ୍ତ୍ର ବ୍ୟବସ୍ଥାର  ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଏହା ଘୋଷଣା କରାଯାଇଥିଲା । ଏହି ସ୍କିମ ଅନୁସାରେ ଇପିଏଫଧାରୀମାନେ ତିନି ମାସ ପାଇଁ ନିଜର ବେସିକ ଦରମା ଓ ଡିଏ ସହ ସମାନ ରାଶି କିମ୍ବା ନିଜ ଇପିଏଫ ଖାତାରେ ଥିବା ରାଶିର ୭୫ ପ୍ରତିଶତ ଉଠାଣ କରିପାରିବେ ।

ସମ୍ବନ୍ଧିତ ଖବର