ଏସାଭିସା ଟେକ୍ନୋଲୋଜି-ନାଲ୍‌କୋ ଏମ୍‌ଓୟୁ

ଭୁବନେଶ୍ୱର: ନାନୋ କୌଶଳ ଆଧାରିତ ଏମ୍ରିଅନ୍‌ ପ୍ରଯୁକ୍ତି ବ୍ୟବହାର କରି ବିଶ୍ୱରେ ପ୍ରଥମ ଡିଫ୍ଲୋରିଡେସନ୍‌ ପ୍ଲାଣ୍ଟକୁ ସଫଳ ଭାବେ କାର୍ଯ୍ୟକ୍ଷମ କରିବା ପରେ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନି ଲିମିଟେଡ୍‌ (ନାଲ୍‌କୋ) ଏହି ଜ୍ଞାନକୌଶଳକୁ ବାଣିଜ୍ୟିକ ସ୍ତରରେ ବ୍ୟବହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ କମ୍ପାନି ପକ୍ଷରୁ ହାଇଦ୍ରାବାଦର ମେସର୍ସ ଏସାଭିସା ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନାଲ୍‌କୋର ମହାପ୍ରବନ୍ଧକ (ଆର୍‌ ଆଣ୍ଡ୍‌ ଡି) ସୁବ୍ରତ କର ଏବଂ ମେସର୍ସ ଏସାଭିସା ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଡି.ପି. ଚକ୍ରବର୍ତୀଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ଏହି ଜ୍ଞାନକୌଶଳ ଦ୍ୱାରା ଜନସାଧାରଣଙ୍କ ଜୀବନରେ ଉନ୍ନତି ତଥା ପରିବେଶର ସୁରକ୍ଷା କରାଯାଇପାରିବ। ଏହି ଜ୍ଞାନକୌଶଳକୁ ରଥଯାତ୍ରା ପରି ଅବସରରେ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ନିମନ୍ତେ ମଧ୍ୟ ବ୍ୟବହାର କରାଯିବ ବୋଲି ଡଃ ଚାନ୍ଦ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଫେବ୍ରୁଆରିଠାରୁ ନାଲ୍‌କୋ ନିଜର ସ୍ମେଲଟର୍‌ ପ୍ରକଳ୍ପରେ ଏହି ଜ୍ଞାନକୌଶଳର ବ୍ୟବାହର କରିଆସୁଛି। ଯାହା ଫଳରେ ଅନୁଗୁଳ ଅଂଚଳରେ ଜଳରେ ଫ୍ଲୋରାଇଡ୍‌ ପ୍ରଦୂଷଣ ସମସ୍ୟାର ସମାଧାନ ସଫଳତାର ସହ ହୋଇପାରିଛି।

ସମ୍ବନ୍ଧିତ ଖବର