ରୁଇୟାଙ୍କ ହାତରୁ ଖସିଯିବ ଏସାର ଷ୍ଟିଲ୍

ନୂଆଦିଲ୍ଲୀ : ଅନେକ କଷ୍ଟ ସ୍ବୀକାର କରି ଯେଉଁ ବୃହତ ଇସ୍ପାତ କଂପାନି ଏସାର୍‌ ଷ୍ଟିଲ୍‌କୁ ରୁଇୟା ଭ୍ରାତା ସ୍ଥାପନ କରିଥିଲେ ତାହା ସେମାନଙ୍କ ହାତରୁ ଖସିଯିବ। ବ୍ୟାଙ୍କଗୁଡ଼ିକ ଠାରୁ ବିପୁଳ ପରିମାଣର ଋଣ ନେଇ ଠିକ୍ ସମୟରେ ଫେରାଇବାରେ ଅସମର୍ଥ ହେବା ପରେ ବ୍ୟାଙ୍କଗୁଡ଼ିକ ଏସାର ଷ୍ଟିଲ୍‌କୁ ଦେବାଳିଆ ଘୋଷଣା କରିଛନ୍ତି। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଆଧାରରେ ଦେବାଳିଆ ମାମଲା ଦାୟର କରାଯାଇଛି ଯାହାର ଶୁଣାଣି ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ଚାଲିଛି। ଏସାର ଷ୍ଟିଲ୍‌କୁ ପାଇବା ପାଇଁ ଲକ୍ଷ୍ମୀ ମିତ୍ତଲଙ୍କ କଂପାନି ଆର୍ସେଲର୍‌ ମିତ୍ତଲ ସବୁଠୁ ଆଗରେ ରହିଛି। ତେବେ ଏସାର ଷ୍ଟିଲ୍‌କୁ ବଞ୍ଚାଇବା ପାଇଁ ରୁଇୟା ପରିବାର ପକ୍ଷରୁ ଶେଷ ପ୍ରୟାସ କରାଯାଇଥିଲା। ବିଡ୍‌ ଦାଖଲର ଶେଷ ଦିନରେ ଏକ ଆକଷର୍ଣୀୟ ବିଡ୍ ପ୍ରଦାନ କରି କଂପାନିର ସବୁ ଋଣ ଶୁଝି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଆର୍ସେଲର ମିତ୍ତଲ ପକ୍ଷରୁ ସେହି ପ୍ରସ୍ତାବକୁ ଘୋର ବିରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର