ଫିଙ୍ଗରପ୍ରିଣ୍ଟ୍ର ସ୍କାନରକୁ ଆଜିକୁ ୪ ବର୍ଷ ପୂର୍ବେ ଲଞ୍ଚ୍ କରାଯାଇଥିବା ବେଳେ,ଆଜିକାଲି ଏହାକୁ ଅତି ସହଜ ଭାବରେ ସ୍ମାର୍ଟଫୋନ୍ମାନଙ୍କରେ ଦେଖିବାକୁ ମିଳୁଛି। ତେବେ ଆସନ୍ତା ବର୍ଷ ୨୦୧୮ରୁ ପ୍ରତ୍ୟେକଟି ସ୍ମାର୍ଟଫୋନ୍ରେ ଫିଙ୍ଗର୍ପ୍ରିଣ୍ଟ୍ ସେନ୍ସର୍ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ମାର୍କେଟ ରିସର୍ଚ୍ଚ କମ୍ପାନି ରିସର୍ଚ୍ଚ ଫର୍ମ କାଉଣ୍ଟର ପଏଣ୍ଟ ତରଫରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ତେବେ ଏହି ସଂସ୍ଥାର କହିବା ଅନୁଯାୟୀ, ଆଗାମୀ ବର୍ଷ ୨୦୧୮ରେ ଫିଙ୍ଗରପ୍ରିଣ୍ଟ୍ ସ୍କାନର ଥିବା ପାଖାପାଖି ୧୦ ନିୟୁତ ସ୍ମାର୍ଟଫୋନ୍କୁ ବିକ୍ରି କରିବା ଲାଗି କମ୍ପାନି ଯୋଜନା କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ଆଇଫୋନ୍-୫ରେ ଫିଙ୍ଗରପ୍ରିଣ୍ଟ୍ ସ୍କାନର ଖଞ୍ଜା ଯାଇଥିଲା। ଏହା ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ତେଣୁ ଫିଙ୍ଗରପ୍ରିଣ୍ଟ ସ୍କାନରର ଜନ ଆପେଲ୍ ଆଇଫୋନ୍-୫ଏସ୍ରୁ ହିଁ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ ଏହାପରେ ଗୋଟିଏ ଗୋଟିଏ କରି ପ୍ରମୁଖ ମୋବାଇଲ୍ କଂପାନି ଏହି ପ୍ରଣାଳୀକୁ ନିଜ ନିଜର ସ୍ମାର୍ଟଫୋନ୍ ମୋବାଇଲ୍ରେ ଦେବାକୁ ଆରମ୍ଭ କରିଦେଲେ। ତେବେ ଏ ନେଇ କାଉଣ୍ଟର୍ ପଏଣ୍ଟ କହିଛି ଯେ, ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ଲାଗି ଫିଙ୍ଗରପ୍ରିଣ୍ଟ୍ ସେନ୍ସର୍ଟି ବହୁତ ସୁରକ୍ଷିତ ବୋଲି ବିବେଚନା କରାଯାଉଅଛି। ଯେଉଁ କାରଣକୁ ନେଇ ଗ୍ରାହକଙ୍କ ମଧ୍ୟରେ ଏହି ଫୋନ୍ କିଣିବା ଲାଗି ଚାହିଦା ବଢ଼ିଯାଇଛି।
ରିପୋର୍ଟ ମୁତାବକ୍ ବର୍ଷ ୨୦୧୭ରେ୧୨ ପ୍ରତିଶତ ସାମ୍ସଙ୍ଗ୍ ଫୋନ୍ ଫିଙ୍ଗରପ୍ରିଣ୍ଟ୍ ସ୍କାନର ସହିତ ଆସି ବଜାର ସେୟାର୍ରେ ସବୁଠୁ ଉପରେ ରହିଥିବା ବେଳ ଏହି କ୍ଷେତ୍ରରେ ୧୧ ପ୍ରତିଶତ ସେୟାର୍ ସହିତ ଆପଲ୍ ଏବଂ ୮ ପ୍ରତିଶତ ସେୟାର୍ ସହିତ ହୁଓ୍ଵାଏ ତୃତୀୟ ସ୍ଥାନରେ ରହିଛି।
ଏକ ରିପୋର୍ଟରେ କୁହାଯାଇଅଛି କି ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଡ଼ିଜିଟାଲ୍ ପେମେଣ୍ଟ୍ର କାରଣକୁ ନେଇ ଫିଙ୍ଗରପ୍ରିଣ୍ଟ୍ ସ୍କାନର୍ ଥିବା ଫୋନ୍ର ଚାହିଦା ଲୋକଙ୍କ କ୍ଷେତ୍ରରେ ବଢ଼ିଯାଇଛି।ଏଥିସହିତ ଏହି ସମୟରେ ଫିଙ୍ଗରପ୍ରିଣ୍ଟ୍ ସ୍କାନର୍ ସ୍ମାର୍ଟଫୋନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଫିଚର୍ରେ ପରିଣତ ହୋଇଛି। ତେବେ ଏହି ସମୟରେ ସବୁଠାରୁ ଶସ୍ତା ଫୋନ୍ ରୁପେ ଶାଓମୀ ରେଡ଼୍ ମି-୪ ରହିଥିବା ବେଳେ ଏଥିରେ ଫିଙ୍ଗରପ୍ରିଣ୍ଟ୍ ସ୍କାନର୍ ରହିଛି। ଏହାର ବଜାର ପ୍ରବେଶର ମୂଲ୍ୟ ୬,୯୯୯ଟଙ୍କା ରହିଛି।