ଭୁବନେଶ୍ୱରରେ ‘ସୂତ୍ର’ର ୨ ଦିନିଆ ପ୍ରଦର୍ଶନୀ ୮ରୁ

ଭୁବନେଶ୍ୱର,: ବିବାହ, ବିଭିନ୍ନ ପ୍ରକାର ଉତ୍ସବ, ପର୍ବପର୍ବାଣୀ ପାଇଁ ଲାଇଫଷ୍ଟାଇଲ ଓ ଫେସନ୍‌ ପୋଷାକ ଓ ଉତ୍ପାଦର ସ୍ୱତନ୍ତ୍ର ପ୍ରଦର୍ଶନୀ ‘ସୂତ୍ର’ ପକ୍ଷରୁ ଆସନ୍ତା ୮ ତାରିଖରୁ ଭୁବେଶ୍ୱେରରେ ଆରମ୍ଭ ହେବ। ହୋଟେଲ ମେ ଫେୟାର ଲାଗୁନ୍‌ରେ ଏହି ଦୁଇଦିନିଆ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଫେସନ ଏବଂ ଲାଇଫ୍‌ଷ୍ଟାଇଲ ପୋଷାକଠାରୁ ଆରମ୍ଭ କରି ହୋମ୍‌ ଡେକୋର ଓ ଅନ୍ୟାନ୍ୟ ଆସେସୋରିଜ୍‌ ଏଠାରେ ଗୋଟିଏ ସ୍ଥାନରେ ଉପଲବ୍ଧ ହେବାକୁ ଥିବାରୁ ଭୁବନେଶ୍ୱର ତଥା ଓଡ଼ିଶାର ଗ୍ରାହକମାନେ ବିଶେଷଭାବେ ଉପକୃତ ହେବେ । ବେଙ୍ଗାଲୁରୁ, ମୁମ୍ବାଇ, ଜୟପୁର, କୋଲକାତା, ଲୁଧିଆନା, ରାୟପୁର ଆଦି ସ୍ଥାନର ସ୍ୱତନ୍ତ୍ର ଉତ୍ପାଦ ଏଠାରେ ଉପଲବ୍ଧ କରାଯିବ। ନିଜ ନିଜ କ୍ଷେତ୍ରର ସର୍ବଶ୍ରେଷ୍ଠ ଉତ୍ପାଦ ନିର୍ମାତାମାନେ ଏହି ପ୍ରଦର୍ଶନୀରେ ଭାଗ ନେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ। ୫୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କ ଷ୍ଟଲ ଖୋଲିବା କାର୍ଯ୍ୟକ୍ରମ ରହିଛି। ଭାରତୀୟ ପୋଷାକଠାରୁ ଆରମ୍ଭ କରି ପାଶ୍ଚାତ୍ୟ ପୋଷାକ, ସ୍ମାର୍ଟ କାଜୁଆଲରୁ ଟ୍ରେଣ୍ଡି ପୋଷାକ ଏବଂ ଆସେସୋରିଜ୍‌, ହୋମ ଡେକୋର, ଲାଇଫ୍‌ଷ୍ଟାଇଲ ଉତ୍ପାଦ ଏଠାରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର