ଗୋଷ୍ଠୀ ରୋଗ ପ୍ରତିରୋଧକ ଯୋଜନାକୁ ବିଶେଷଜ୍ଞଙ୍କ ନାପସନ୍ଦ

ଭୁବନେଶ୍ବର: ଏକ ନିର୍ଦିଷ୍ଟ ଅଞ୍ଚଳର ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରାଇ କରୋନା ଭୂତାଣୁର ମୁକାବିଲା ଲାଗି ଯେଉଁ ଯୋଜନା ଉପରେ ବିଚାର କରାଯାଉଛିି ତାହା ବିରୋଧରେ ବିଶିଷ୍ଟ ଗ୍ୟାଷ୍ଟ୍ରୋ‌ଏଣ୍ଟେରୋଲୋଜିଷ୍ଟ୍‌ ମନୋଜ କୁମାର ସାହୁ ମତ ଦେଇଛନ୍ତି। ସେ କହିଛନ୍ତି, ଗୋଷ୍ଠୀ ରୋଗ ପ୍ରତିରୋଧକ ବ୍ୟବସ୍ଥା (ହର୍ଡ ଇମ୍ୟୁନିଟି) ଦୁଇଟି ଉପାୟରେ ହାସଲ କରାଯାଇପାରିବ। ପ୍ରଥମଟି ହେଉଛି ପ୍ରାକୃତିକ ଉପାୟରେ ସଂକ୍ରମଣ ବଢ଼ାଇବା ଓ ଦ୍ବିତୀୟଟି ହେଉଛି ଟିକା ଜରିଆରେ ସଂକ୍ରମଣକୁ ରୋକିବା। ଓଡ଼ିଶା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଗୋଷ୍ଠୀ ରୋଗ ପ୍ରତିରୋଧକ ବ୍ୟବସ୍ଥା ହାସଲ କରିବାକୁ ହେଲେ ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରାଇବାକୁ ପଡ଼ିବ।

ଅର୍ଥାତ ରାଜ୍ୟର ୨.୭ କୋଟି ଲୋକଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ କରାଇବାକୁ ପଡ଼ିବ। ଏଭଳି ସ୍ଥିତିରେ ୧୫% ରୋଗୀ ଯାହାଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହେବ ସେମାନଙ୍କୁ ‌ହସ୍ପିଟାଲ୍‌ରେ ଭର୍ତି କରିବାକୁ ହେବ। ସେହି ରୋଗୀମାନଙ୍କୁ ମଧ୍ୟରୁ ୫%ଙ୍କୁ ଅର୍ଥାତ ଅତିକମ୍‌ରେ ୮ ଲକ୍ଷ ଲୋକଙ୍କୁ ଆଇସିୟୁରେ ଭର୍ତି କରିବାକୁ ପଡ଼ିବ। ଏଭଳି ଧରଣର ସ୍ବାସ୍ଥ୍ୟ ବ୍ୟବସ୍ଥା କରିବାକୁ ଓଡ଼ିଶା କେତେ ପ୍ରସ୍ତୁତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶ୍ବର କୌଣସି ଦେଶ ଏହାକୁ ଗ୍ରହଣ କରିବା ଲାଗି ସାହସ କରିପାରୁନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର