୪ଜି ତୁଳନାରେ ୫ଜିରେ କ’ଣ ଅଧିକ ସୁବିଧା ରହିଛି ଜାଣନ୍ତୁ

ସ୍ମାର୍ଟଫୋନ ବଜାରରେ ସାମସଙ୍ଗ ଗାଲାକ୍ସି ଏସ୧୦ ୫ଜି ଲଞ୍ଚ ହୋଇସାରିଛି । ସେହିପରି ଚୀନରେ ମଧ୍ୟ ୫ଜିର ବ୍ୟବସାୟିକ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ମିଳିସାରିଛି , ଯାହାଫଳରେ ଚୀନରେ ଟେଲିକମ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି କହିଲେ ଭୁଲ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ୪ଜି ତୁଳନାରେ ୫ଜି ଅଧିକ କ’ଣ କରିପାରିବ।

୮କେ ଭିଡିଓ ଷ୍ଟ୍ରିମିଙ୍ଗ

ଯଦି ଏବେ ଆପଣ ୪ଜି ଦ୍ୱାରା ୪କେ ଭିଡିଓ ଦେଖୁଛନ୍ତି ୫ଜି ଆସିଲେ ଆପଣ ୮କେ ରିଜୋଲ୍ୟୁସନର ଭିଡିଓ ଦେଖିପାରିବେ |ପ୍ରକୃତରେ ୫ଜି ନେଟୱାର୍କରେ ଡାଟା ଟ୍ରାନ୍ସଫର ଖୁବ ଶୀଘ୍ର ହୋଇଥାଏ |

ବଢିବ ଡାଉନଲୋଡିଂ କ୍ଷମତା 

ଆପଣ ତ ୪ଜି ଓ ୩ଜି ନେଟୱର୍କରେ ଡାଉନଲୋଡ଼ କରୁଥିବେ । କିନ୍ତୁ ଯଦି ୫ଜି ବ୍ୟବହାର କରିବେ ଡାଉନଲୋଡିଂ ସ୍ପିଡ଼ ବହୁତ ବଢ଼ିଯିବ।  ଆଖି ପିଛୁଳାକେ ଭିଡିଓ ଡାଉନଲୋଡ଼ ହେବା ସହ ଡାଉନଲୋଡିଂ ସ୍ପିଡ଼ ୪ଜି ତୁଳନାରେ ୧୦୦ ଗୁଣ ବଢ଼ିଯିବ।

ଅନଲାଇନ ଗେମିଙ୍ଗ ପାଇଁ ବରଦାନ 

ଯଦି ଆପଣ ଅନଲାଇନ ଗେମ ଖେଳିବାକୁ ପସନ୍ଦ କରୁଥାନ୍ତି ୫ଜି ଆପଣଙ୍କ ପାଇଁ ବରଦାନ ପାଲଟି ଯିବ। ହାଇ ଗ୍ରାଫିକ୍ସ ଭିଡିଓ ଗେମ ବିନା କୌଣସି ବଫରିଙ୍ଗରେ ଆପଣ ଖେଳିପାରିବେ। ଏହା ସହ ୫ଜି ନେଟୱର୍କରେ ଗେମିଙ୍ଗ ଗୁଣବତ୍ତା ଖୁବ ଭଲ ରହିବ।

ସମ୍ବନ୍ଧିତ ଖବର