ବାଙ୍ଗାଲୋର: ଭାରତରେ କେବଳ ଯେ ଇ-ସ୍କୁଟର ବା ଇ-କାର୍ର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ତା ନୁହେଁ । ବରଂ ଏବେ ବାଇକ ସେଗମେଂଟରେ ମଧ୍ୟ ଇଲେକ୍ଟ୍ରିକ୍ ଭର୍ସନ୍ ଲଂଚ କରିବା ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବହୁ ବାଇକ ନିର୍ମାଣକାରୀ କମ୍ପାନୀ ଏବେ ନିଜ ନିଜ ବାଇକ ଗୁଡିକର ଇ-ଭର୍ସନ୍ ଲଂଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଆଉ ଏହାରି ଭିତରେ ରିଭୋଲ୍ଟ ଆରଭି ଫୋର୍ ହଣ୍ଡ୍ରେଡ୍ ଭାରତର ପ୍ରଥମ ଇ-ବାଇକ ଭାବେ ବଜାରକୁ ଆସିସାରିଥିବା ବେଳେ ଏବେ ଆଉ ଏକ କମ୍ପାନୀ ମଧ୍ୟ ଇଲେକ୍ଟ୍ରିକ୍ ବାଇକ ଲଂଚ କରିଛି ।
/sambad/media/post_attachments/wp-content/uploads/2019/11/ultraviolette-f77-lightning-electric-motorcycle-india-pictures-photos-images-snaps-gallery-1024x576-1024x576.jpg)
ବେଙ୍ଗାଲୁରୁର ଅଲଟ୍ରା ଭାୟୋଲେଟେ ନାମକ ଏକ କମ୍ପାନୀ ଏଫ୍ ୭୭ନାମକ ଏକ ସୁପର ଇ-ବାଇକ୍ ଲଂଚ କରିଛି । ତେବେ ଏହି ବାଇକର ସବୁଠୁ ବଡ ବଡ କଥା ହେଉଛି ଏହା ଥରକେ ଚାର୍ଜରେ ପାଖାପାଖି ୧୫୦ କିଲୋମିଟର ଯାଏଁ ଚାଲିପାରିବ । ୨.୮୯ସେକେଣ୍ଡରେ ଶୂନରୁ ୬୦ କିଲୋମିଟର ବେଗ ଧରିପାରୁଥିବାବେଳେ ଏହା ୭.୩୫ ସେକେଣ୍ଡରେ ୧୦୦କିଲୋମିଟର ଘଂଟାପ୍ରତି ବେଗ ଧରିପାରିବ |
/sambad/media/post_attachments/wp-content/uploads/2019/11/f77_hero_1_alt-1024x571.png)
୪.୨ କିଲୋୱାଟର ତିନୋଟି ଲିଥିୟମ୍ ଆୟନ୍ ବ୍ୟାଟେରୀ ଏଥିରେ ସଂଯୁକ୍ତ କରାଯାଇଥିବାବେଳେ ଫାଷ୍ଟ ଚାର୍ଜିଂରେ ଦେଢ ଘଂଟା ମଧ୍ୟରେ ଫୁଲ ଚାର୍ଜ ହୋଇପାରିବ | ଏହି ବାଇକର ଦାମ୍ ୩ରୁ ସାଢେ ୩ଲକ୍ଷ ଟଙ୍କା ମଧ୍ୟରେ ହେବା କୁହାଯାଇଛି । ଆଉ ଏହାର ପ୍ରି-ବୁକିଂ ଆରମ୍ଭ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେବଳ ବେଙ୍ଗାଲୁରୁରେ ଏହା ବିକ୍ରି ହେବା ନେଇ ସୂଚନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/ultraviolette-f77-shadow-electric-motorcycle-india-pictures-photos-images-snaps-gallery-1024x683.jpg)