ହ୍ଵାଟସ୍‌ଆପ୍‌ରେ ଦେଖିହେବ ଫେସବୁକ୍‌ ଭିିଡିଓ

ନ୍ୟୁୟର୍କ: ହ୍ଵାଟସ୍‌ଆପ୍‌ ପକ୍ଷରୁ ଏକ ନୂଆ ଅପ୍‌ଡେଟ୍‌ ଜାରି କରାଯାଇଛି। ଲୋକମାନେ ହ୍ଵାଟସ୍‌ଆପ୍‌ ଆପ୍‌ ଭିତରେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ର ବିଭିନ୍ନ ବିଷୟବସ୍ତୁକୁ ଦେଖିବାର ସୁଯୋଗ ପାଇବେ। ହ୍ଵାଟସ୍‌ଆପ୍‌ ବ୍ୟବହାର କରୁଥିବା ଯେଉଁ ଲୋକମାନଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରେ ଆକାଉଣ୍ଟ୍‌ ଥିବ ସେମାନଙ୍କୁ ଏହି ସୁବିଧା ମିଳିବ। ଫେସବୁକ୍‌ରେ କୌଣସି ବିଷୟ ପୋଷ୍ଟ୍‍ ହେଲେ ତାହା ହ୍ଵାଟସ୍‌ଆପ୍‌ରେ ମଧ୍ୟ ପ୍ରତିଫଳିତ ହେବ। ତେବେ, ହ୍ଵାଟସ୍‌ଆପ୍‌କୁ ଅପ୍‌ଡେଟ୍‌ କରିବା ପରେ ହିଁ ଏହି ସୁବିଧା ମିଳିପାରିବ।ଏବେ କିଛି ଆଇଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ହ୍ଵାଟସ୍‌ଆପ୍‌କୁ ବନ୍ଦ ନକରି ସେମାନେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ର ଭିଡିଓ ଦେଖିପାରୁଛନ୍ତି। ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଆସନ୍ତା ସପ୍ତାହରେ ଉପଲବ୍ଧ ହେବ ବୋଲି ଆଲୋଚନା ହେଉଛି।

Lifewire

ଗତବର୍ଷ ନଭେମ୍ବରରେ ହ୍ଵାଟସ୍‌ଆପ୍‌ ପକ୍ଷରୁ ଏକ ନୂଆ ଅପ୍‌ଡେଟ୍‌ ଜାରି କରାଯାଇଥିଲା ଯାହା ଜରିଆରେ ବ୍ୟବହାରକାରୀମାନେ ୟୁଟ୍ୟୁବ୍‌ ଭିଡିଓ ହାସଲ କରିପାରୁଛନ୍ତି। ଯଦି କୌଣସି ବ୍ୟକ୍ତି ୟୁଟ୍ୟୁବ୍‌ର ଲିଙ୍କ୍‌ ପଠାଇବେ ତେବେ ହ୍ଵାଟସ୍‌ଆପ୍‌ ଭିତରେ ସେହି ଭିଡିଓ ଦେଖାଯିବ। ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ୟ୍ୟୁଟ୍ୟୁବ୍‌ ଆପ୍‌ ଖୋଲିବା ଦରକାର ନାହିଁ। ତେବେ ଏକ କ୍ଷୁଦ୍ର ସ୍କ୍ରିନ୍‌୍‌ରେ ସେହି ଭିଡିଓକୁ ହ୍ଵାଟସ୍‌ଆପ୍‌ ଭିତରେ ଦେଖିହେବ। ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ବ୍ୟବହାରକାରୀମାନେ ହ୍ଵାଟସ୍‌ଆପ୍‌ରେ ଅନ୍ୟାନ୍ୟ ମେସେଜ୍‌କୁ ପଢ଼ୁଥିବା ବେଳେ ୟୁଟ୍ୟୁବ୍‌ର ଭିଡିଓକୁ ମଧ୍ୟ ଦେଖିପାରୁଛନ୍ତି।ହ୍ଵାଟସ୍‌ଆପ୍‌ ପକ୍ଷରୁ ଚାଟ୍‌ ଫିଲ୍‌ଟର ନାମକ ସୁବିଧା ଆରମ୍ଭ କରାଯିବ। ଗୁଗୁଲ୍‌ର ବେଟା ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ ହୋଇଛି। ଏହି ବ୍ୟବସ୍ଥା ଜରିଆରେ ଲୋକମାନେ ହ୍ଵାଟସ୍‌ଆପ୍‌ର ମେସେଜ୍‌ଗୁଡ଼ିକୁ ସର୍ଚ କରିପାରିବେ।

ସମ୍ବନ୍ଧିତ ଖବର