ଚର୍ଚ୍ଚିତ ଚେହେରା ଚନ୍ଦା କୋଚର୍‌:ଜଣେ ଟ୍ରେନିରୁ ସିଇଓ ଓ ପଦ୍ମଭୂଷଣ

ନୂଆଦିଲ୍ଲୀ,: ସରକାରୀ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ପ୍ରଦାନ କରିବା ଉପରେ ସରକାର ବିଚାର କରୁଛନ୍ତି। ଏବିଷୟରେ ଆଜି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଯଦି କିଛି ଅଧିକ କ୍ଷମତା ହାସଲ କରିବାକୁ ଚାହୁଁଛି ତେବେ ସରକାର ତାହା ଦେବାକୁ ପ୍ରସ୍ତୁତ ଅଛନ୍ତି।
୧୩ଟି ବ୍ୟାଙ୍କର ମୁଖ୍ୟଙ୍କ ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ସେ କହିଲେ, ମୁଁ ବ୍ୟକ୍ତିଗତ ସ୍ତରରେ ଭାବୁଛି ଯେ ରିଜର୍ଭ ବ୍ୟାଙ୍କ ପାଖରେ କ୍ଷମତାର ଅଭାବ ନାହିଁ। ମାତ୍ର, ଯଦି ଅଧିକ ଆଲୋଚନା ଦରକାର ପଡ଼ୁଛି ତେବେ ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ।
ଚଳିତ ମାସ ୧୨ ତାରିଖରେ ସଂସଦୀୟ କମିଟିରେ ହାଜର ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ କହିଥିଲେ ଯେ, ଠକେଇର ଶିକାର ହୋଇଥିବା ସରକାରୀ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆମ ପାଖରେ ଆବଶ୍ୟକ କ୍ଷମତା ନାହିଁ। ପିଏନ୍‌ବି ଠକେଇର ପର୍ଦାଫାଶ ହେବା ପରେ ମଧ୍ୟ ଉର୍ଜିତ ସମାନ କଥା କହିଥିଲେ।
ସରକାରୀ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ପାଖାପାଖି ୧୦ଟି ଗୁରୁତ୍ୱପୂର୍ଣ୍ଣ କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ ବୋଲି ଉର୍ଜିତ ସଂସଦୀୟ କମିଟିକୁ ଜଣାଇଥିଲେ।
ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ବ୍ୟାଙ୍କଗୁଡ଼ିକରେ ଲୋକମାନଙ୍କର ଯେଉଁ ଟଙ୍କା ରହିଛି ତାହା ସମ୍ପୂର୍ଣ୍ଣ ସୁରକ୍ଷିତ। ସରକାରୀ ବ୍ୟାଙ୍କଗୁଡ଼ିକ ପଛରେ ସରକାର ଅଛନ୍ତି ବୋଲି ସେ କହିଛନ୍ତି।
ସରକାରୀ ବ୍ୟାଙ୍କ ନୁହେଁ, ଘରୋଇ କଂପାନିଗୁଡ଼ିକ ଜାଲିଆତି କରିଥିବା ସେ କହିଛନ୍ତି। ପ୍ରକୃତରେ ଯେଉଁ କଂପାନି ଋଣ ଆବଶ୍ୟକ କରୁଛି ସେମାନଙ୍କୁ ବ୍ୟାଙ୍କ ତାହା ଯୋଗାଇ ଦେବା ଉଚିତ ବୋଲି ସେ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବାକୁ ସେ ବ୍ୟାଙ୍କମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର