ଏବେ ଫେସ୍‌ବୁକ୍‌ ଆପ୍‌ ମାଧ୍ୟମରେ କ୍ରେଡିଟ୍‌/ ଡେବିଟ୍‌ କାର୍ଡ ଦ୍ୱାରା କରି ପାରିବେ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ : ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌ ଫେସ୍‌ବୁକ୍‌ ନେଇ ଏବେ ଅନେକ କଥା ସାମ୍ନାକୁ ଆସିଥିବା ବେଳେ ବ୍ୟବହାରକାରୀଙ୍କ ଡ଼ାଟାର ଦୁରୁପଯୋଗ ହୋଇଥିବା ହେତୁ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କ୍ଷମା ମାଗି ସାରିଛନ୍ତି । ଏହା ସହ ଆଗକୁ ଯେପରି ଏଭଳି କିଛି ନ ଘଟେ ସେ ନେଇ ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଫେସ୍‌ବୁକ୍‌ ହରାଉଥିବା ଲୋକପ୍ରିୟତାକୁ ଆଖି ଆଗରେ ରଖି ବ୍ୟବହାରକାରୀମାନଙ୍କ ପାଇଁ ଆଉ ଏକ ସୁବିଧା ଯୋଡ଼ିଛି ଫେସ୍‌ବୁକ୍‌ । ଏବେ ଫେସ୍‌ବୁକ୍‌ ମାଧ୍ୟମରେ ଲୋକମାନେ ପରସ୍ପର ସହ ଯୋଡ଼ି ହେବା ସହ ନିଜ ନିଜ ମୋବାଇଲ ମଧ୍ୟ ରିଚାର୍ଜ କରି ପାରିବେ ।
ଏବେ ଫେସ୍‌ବୁକ୍‌ ଆପ୍‌ରେ ଲୋକମାନେ ମୋବାଇଲ୍‌ ରିଚାର୍ଜର ଅପ୍‌ସନ୍‌ ପାଇ ପାରିବେ । ଏହି ସୁବିଧା ଆଣ୍ଡ୍ରଏଡ଼୍‍ ଫୋନରେ ହିଁ ଉପଲବ୍ଧ ରହିବ ବୋଲି ଜଣା ପଡ଼ିଛି । ଫେସ୍‌ବୁକ୍‌ର ଲାଟେଷ୍ଟ ଭର୍ସନରେ ଏହି ସୁବିଧାକୁ ଯୋଡ଼ା ଯାଇଥିବା ଜଣା ପଡ଼ିଛି । ଏହି ସୁବିଧା ପୂର୍ବରୁ ହ୍ଵାଟ୍‌ସଆପ୍‌ରେ ୍‌ଥିବା ବେଳେ ଏବେ ଏହା କମ୍ପାନି ତରଫରୁ ଫେସ୍‌ବୁକ୍‌ରେ ସାମିଲ କରାଯାଇଛି ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆପଣଙ୍କ ଆଣ୍ଡ୍ରଏଡ଼୍‍ ଫୋନରେ ଥିବା ଫେସ୍‌ବୁକ୍‌ ଆପ୍‌କୁ ଅପ୍‌ଡ଼େଟ୍‌ କରାଇବାକୁ ପଡ଼ିବ । ଆପ୍‌ ଅପ୍‌ଡ଼େଟ୍‌ କରିବା ପରେ ଆପଣଙ୍କ ନୋଟିଫିକେସନ୍‌ ଆଇକନ୍‌ ପାଖରେ ତିନୋଟି ଗାର ଥିବା ହାମ୍‌ବର୍ଗର ଆଇକନ୍‌ ଦେଖାଇବା । ଏହା ଉପରେ କ୍ଲିକ୍‌ କଲେ ଆପଣଙ୍କୁ ଅନେକ ଅପ୍‌ସନ୍‌ ଦେଖାଇବ । ରିଚାର୍ଜ କରିବାର ଥିଲେ ଦେଖାଯାଉଥିବା ଅପ୍‌ସନ୍‌ ମଧ୍ୟରେ ମୋବାଇଲ ରିଚାର୍ଜ ଅପ୍‌ସନ୍‌ ଉପରେ କ୍ଲିକ କରିବେ । ଏହା ପରେ ଆପଣ କେତେ ଟଙ୍କା ଏବଂ କେଉଁ ମାଧ୍ୟମରେ ପେମେଣ୍ଟ କରିବେ ତାହାକୁ ଚୟନ କରିବେ ।

Firstpost

ଏହା ପରେ ଏକ ବକ୍ସ ଆସିବ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଲେଖିବାକୁ କୁହାଯିବ । ନମ୍ବର ଲେଖିବା ପରେ ଆପଣଙ୍କୁ ସିଲେକ୍ଟ ମାନୁଆଲ ଅପରେଟରର ଅପ୍‌ସନ୍‌ ଆସିବ । ତାହା ଉପରେ କ୍ଲିକ୍‌ କରି ମୋବାଇଲ ଅପରେଟର ସିଲେକ୍ଟ କରନ୍ତୁ । ଯଦି ଆପଣଙ୍କୁ ଆପଣଙ୍କ ନମ୍ବରରେ ଉପଲବ୍ଧ ଥିବା ପ୍ଲାନ୍‌ ବିଷୟରେ ଜଣା ନାହିଁ, ତେବେ ଆପଣ ଏହା ମାଧ୍ୟମରେ ସେ ବିଷୟରେ ମଧ୍ୟ ଜାଣି ପାରିବେ । ଶେଷରେ ଆପଣଙ୍କୁ ରିଭିୟୁ ଅର୍ଡ଼ରର ଅପ୍‌ସନ ଆସିଯିବ । ଏହା ପରେ ଆପଣଙ୍କୁ ପେମେଣ୍ଟ ପାଇଁ ଡ଼େବିଟ୍‌ ବା କ୍ରେଡ଼ିଟ୍‌ କାର୍ଡ଼ର ସୂଚନା ଦେବାକୁ ପଡ଼ିବ । କାର୍ଡ଼ ବିଷୟରେ ସୂଚନା ଦେବା ପରେ କାର୍ଡ଼ ସହ ସଂଯୋଗ ଥିବା ନମ୍ବରକୁ ଏକ ଓଟିପି ନମ୍ବର ଯିବ । ଯାହାକୁ ପକାଇବା ପରେ ଆପଣଙ୍କ ମୋବାଇଲ ରିଚାର୍ଜ ହୋଇଯିବ ।

ସମ୍ବନ୍ଧିତ ଖବର