ନୂଆଦିଲ୍ଲୀ : ୟୁଏସ୍ ଫେଡେରାଲ ଟ୍ରେଡ୍ କମିସନ ଟେକ୍ନୋଲୋଜି କମ୍ପାନୀ ଫେସ୍ବୁକ୍ଠାରୁ ୫ବିଲିୟନ ଡଲାର ତଥା ୩୫ହଜାର କୋଟିର ଜରିମାନା ନେବାକୁ ଯାଉଥିବା ଜଣା ପଡ଼ିଛି । ଏ ପର୍ଯ୍ୟନ୍ତ କୌଣସି ଟେକ୍ନୋଲୋଜି କମ୍ପାନୀ ଉପରେ ଏତେ ଟଙ୍କାର ଜରିମାନା ଲାଗି ନଥିବା ଜଣା ପଡ଼ିଛି । ଏହା ପୂର୍ବରୁ ୨୦୧୨ରେ ଗୁଗଲକୁ ୧୫୪କୋଟି ଟଙ୍କା ଜରିମାନା ଆକରରେ ଦେବାକୁ ପଡ଼ିଥିଲା । ଫେସ୍ବୁକ୍ ଏହି ଜରିମାନା ପାଇଁ ପୂର୍ବରୁ ପ୍ରସ୍ତୁତ ଥିବାରୁ ଏହାର ବିଶେଷ ପ୍ରଭାବ କମ୍ପାନୀ ଉପରେ ପଡ଼ିବ ନାହିଁ ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/07/web1_20190711_brk_mzu01-300x189.jpg)
ସୂଚନା ମୁତାବକ, ବ୍ୟବହାରକାରୀଙ୍କ ଡାଟା ଚୋରି କରି ଭୁଲ ବାଟରେ ବ୍ୟବହାର କରିଥିବାରୁ ୟୁଏସ୍ ଫେଡେରାଲ ଟ୍ରେଡ୍ କମିସନ ଫେସ୍ବୁକ୍ ଉପରେ ଏହି ଜରିମାନା ଲଗାଇବାକୁ ଯାଉଛି । କିନ୍ତୁ ଏହି ମାମଲାକୁ ନେଇ ଫେସ୍ବୁକ୍ ଓ ୟୁଏସ୍ ଫେଡେରାଲ ଟ୍ରେଡ୍ କମିସନ ତରଫରୁ କୌଣସି ଟିପ୍ପଣୀ ଦିଆଯାଇ ନାହିଁ ।