ମସ୍ତିଷ୍କକୁ ପଢ଼ି ପାରୁଥିବା ଡିଭାଇସ୍‌ ଆଣିବାକୁ ଯାଉଛି ଫେସ୍‌ବୁକ୍‌, ଏବେ କେବଳ ଚିନ୍ତା କଲେ ହିଁ ହୋଇଯିବ ଟାଇପିଙ୍ଗ

ନୂଆଦିଲ୍ଲୀ : ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ବ୍ରେନ୍‌ ରିଡିଙ୍ଗ୍‌ କମ୍ପ୍ୟୁଟର ଇଣ୍ଟରଫେସ୍‌କୁ ନେଇ ଥିବା ଯୋଜନା ବିଷୟରେ ଜଣାଇଛି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହ ମିଶି କମ୍ପାନୀ ମସ୍ତିଷ୍କକୁ ପଢ଼ିପାରୁଥିବା ଡିଭାଇସ୍‌ ଆଣିବାକୁ ଯାଉଥିବା ଘୋଷଣା କରିଛି । ମସ୍ତିଷ୍କକୁ ପଢ଼ିପାରୁଥିବା ଟେକ୍‌ନିକ୍‌କୁ ନେଇ ଏବେ ଗବେଷଣା ଚାଲୁଥିବା ବେଳେ ଏହା ମସ୍ତିଷ୍କରେ ଚାଲୁଥିବା ପୂରା କଥାକୁ ପଢ଼ି ପାରିବ । ୨୦୧୭ ଡେଭଲପ୍‌ର କନ୍‌ଫରେନ୍ସରେ କମ୍ପାନୀ ପକ୍ଷରୁ ମସ୍ତିଷ୍କକୁ ପଢ଼ିପାରୁଥିବା ଟେକ୍‌ନିକ୍‌ ଆଣିବା ବିଷୟରେ ଘୋଷଣା କରାଯାଇଥିଲା । ଏବେ ତାହା ଉପରେ କାମ ଆରମ୍ଭ ହୋଇଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏଭଳି ଟେକ୍‌ନିକ୍‌ ଆସିବା ଦ୍ୱାରା ଲୋକେ କେବଳ ଚିନ୍ତା କରିବା ପରେ ପରେ କଥାଟି ଆପେ ଆପେ ଲେଖି ହୋଇଯିବ । ଏଭଳି ସୁବିଧା ଆସିଲେ ଲୋକମାନଙ୍କୁ ଟାଇପ୍‌ କରିବା ପାଇଁ କଷ୍ଟ କରିବାକୁ ପଡ଼ିବ ନାହିଁ । ଫେସ୍‌ବୁକ୍‌ର ଏଆର୍‌/ଭିଆର୍‌ ଉପାଧ୍ୟକ୍ଷ ଆଣ୍ଡ୍ରିଉ ବୋସ୍‌ଓ୍ଵର୍ଥ ଏ ନେଇ ଟୁଇଟ୍‌ କରିବା ପରେ ଖବରଟି ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର