ଫେସ୍‌ବୁକ୍‌ର ଡେଟିଂ ସେବା ବିଷୟରେ ଜାଣିଛନ୍ତି; ପାଇପାରିବେ ମନ ଚାହୁଁଥିବା ପରି ସାଥୀ

ଓ୍ଵାଶିଂଟନ: ସବୁଠାରୁ ବଡ଼ ସୋସିଆଲ୍‌ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ର ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଛି ଯେ ଏହାର ଡେଟିଂ ସେବା ଚଳିତବର୍ଷ କଲୋମ୍ବିଆରୁ ଆରମ୍ଭ ହେବ। କମ୍ପାନି ଏହି ସେବାର ପରୀକ୍ଷଣ ପାଇଁ ଲାଟିନ୍‌ ଆମେରିକାକୁ ଚୟନ କରିଛି। କାହିଁକି ନା, ଏହି ଦେଶର ନାଗରିକମାନେ ବିଶେଷ ରୂପେ ସୋସିଆଲ୍‌ ସାଇଟ୍‌ ଓ ସାଥୀ ପାଇବା ପାଇଁ େଓ୍ଵବ୍‌ସାଇଟ୍‌ ବ୍ୟବହାର କରିଥାନ୍ତି।

କଲୋମ୍ବିଆରେ ସମୁଦାୟ ୫୦ ମିଲିୟନ୍‌ ଜନସଂଖ୍ୟା ଥିବା ବେଳେ ପ୍ରତିଦିନ ପ୍ରାୟ ୨୧ ମିଲିୟନ୍‌ ବ୍ୟବହାରକାରୀ ଫେସ୍‌ବୁକ୍‌ ଲଗ୍‌ ଅନ୍‌ କରୁଛନ୍ତି। ଫେସ୍‌ବୁକ୍‌ ଜରିଆରେ ଲୋକେ ନିଜର ସାଥୀ ପାଇବାରେ ସମର୍ଥ ହୁଅନ୍ତୁ ବୋଲି ଏହା କମ୍ପାନିର ଏକ ଅତ୍ୟାଧୁନିକ ପରିକଳ୍ପନା କୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଏହି ଫେସ୍‌ବୁକ୍‌ ଡେଟିଂ ଆପ୍‌ ଏପରି:

ଏହି ଆପ୍‌ ଦ୍ୱାରା ବ୍ୟବହାରକାରୀ ନିଜର ଏକ ପୃଥକ ଡେଟିଂ ପ୍ରୋଫାଇଲ୍‌ ଖୋଲିପାରିବେ। ତାହା ବନ୍ଧୁମାନଙ୍କୁ ଦିଶିବ ନାହିଁ, ଏହାକୁ କମ୍ପାନି ପକ୍ଷରୁ ଗୋପନ ରଖାଯିବ। ନିଜ ସ୍ଥାନର ମ୍ୟାଚ୍‌ ଦେଖି କମ୍ପାନି ପକ୍ଷରୁ ସାଥୀ ସଜେଷ୍ଟ୍‍ କରାଯିବ। ବ୍ୟବହାରକାରୀ ଚାହିଁଲେ ଏହି ପ୍ରୋଫାଇଲ୍‌ରୁ କାହାକୁ ବି ବ୍ଳକ୍‌ କରିପାରନ୍ତି। ଏହି ପ୍ରୋଫାଇଲ୍‌ରେ ଚାଟ ସେବା ଉପଲବ୍ଧ ହେବ। ଭିଡିଓ, ଫଟୋ ଓ ଲିଙ୍କ୍‌ ପଠାଇବାର ବି ବ୍ୟବସ୍ଥା ରହିବ ଏଥିରେ। କଲୋମ୍ବିଆ ପରେ ଏହି ସେବା ଧୀରେ ଧୀରେ ପୂରା ବିଶ୍ୱରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର