ଡୁ ନଟ୍ ଡିସଟର୍ବ ! ଫେସବୁକ୍ ଲଞ୍ଚ୍ କଲା ଏହି ନୂଆ ଫିଚର

ମୋବାଇଲ ଫୋନରେ ଯେଭଳି କୌଣସି ମାର୍କେଟିଂ ବା ପ୍ରମୋସନ୍ କଲକୁ ରୋକିବା ପାଇଁ ଟେଲିକମ୍ କମ୍ପାନୀ “ଡୁ ନଟ୍ ଡିସଟର୍ବ” ଅପସନ୍ ଉପଲବ୍ଧ ରହିଛି, ଠିକ ସେମିତି ସୋସିଆଲ୍ ମିଡିଆରେ ମଧ୍ୟ ଏଭଳି ସୁବିଧା ରହିଛି । ସୋସିଆଲ୍ ମିଡିଆରେ ଆସୁଥିବା ବିଭିନ୍ନ ପ୍ରକାର ନୋଟିଫିକେସନରୁ ତ୍ରାହି ପାଇବା ପାଇଁ ଫେସବୁକ୍ ଏବେ ଏକ ନୂଆ ଫିଚର ଲଞ୍ଚ୍ କରିଛି । ଇନଷ୍ଟାଗ୍ରାମ୍ ମଧ୍ୟ ଡିଏନଡି ନାମକ ଗୋଟିଏ ଫିଚର ଲଞ୍ଚ୍ କରିଛି ଯେଉଁଥିରେ ଅନାବଶ୍ୟକ ନୋଟିଫିକେସନଠାରୁ ବ୍ୟବହାରକାରୀ ମୁକ୍ତି ପାଇବେ ।

ଏହି ନୂଆ ଫିଚର ଜରିଆରେ ୟୁଜର୍ସଙ୍କ ପାଖରେ ଏବେ ପୂର୍ବଠାରୁ ଅଧିକ ନିୟନ୍ତ୍ରଣ ରହିବ । ଫେସବୁକ୍ ଆପରେ ଆପଣଙ୍କୁ ଏହି ଅସୁବିଧା ମିଳିବ ଯେଉଁଥିରେ ଆପଣ ସମୟ ନିର୍ଦ୍ଧାରଣ କରି ଆପଣଙ୍କ ନୋଟିଫିକେସନକୁ ଦେଖିପାରିବେ । ତେବେ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଅପରେଟିଙ୍ଗ୍ ସିଷ୍ଟମରେ ଏହି ଫିଚର ଜଲଦି ଦେଖିବାକୁ ମିଳିବ ।

ଫେସବୁକର ସ୍ନୁଜ୍ ଫିଚର :

ଫେସବୁକରେ କିଛି ଦିନ ପୂର୍ବରୁ ସ୍ନୁଜ୍ ଫିଚର ଲଞ୍ଚ୍ ହୋଇଥିଲା ଯେଉଁଥିରେ ଆପଣ କାହାକୁ ବ୍ଲକ୍ ନ କରି ନୋଟିଫିକେସନକୁ ୩୦ ଦିନ ପର୍ଯ୍ୟନ୍ତ ହାଇଡ୍ କରିପାରିବେ ।

Technology News World

ଏହି ଉପାୟରେ କରନ୍ତୁ ଆକ୍ଟିଭେଟ୍ :

• ଫେସବୁକ୍ ଆପକୁ ପ୍ରଥମେ ଖୋଲନ୍ତୁ ।

• ସ୍କ୍ରିନର ଡାହାଣ ପଟ ତଳେ ଥିବା ନୋଟିଫିକେସନ ବେଲ୍ ପାଖରେ ଥିବା ୩ ଲାଇନର ଆଇକନକୁ ସିଲେକ୍ଟ କରନ୍ତୁ ।

• ସେଟିଙ୍ଗ୍ ଏବଂ ପ୍ରାଇଭେସି ନଜର ଆସିଲେ ସେଟିଙ୍ଗକୁ ଚୁଜ୍ କରନ୍ତୁ ଏବଂ ନୋଟିଫିକେସନ ସେଟିଙ୍ଗକୁ ଯାଆନ୍ତୁ ।

• ପୁସ୍ ମେନ୍ୟୁକୁ ଖୋଲନ୍ତୁ ।

• ଏଠାରେ ଆପଣଙ୍କୁ “ଡୁ ନଟ୍ ଡିସଟର୍ବ”ର ଅପସନ୍ ଦେଖିବାକୁ ମିଳିଯିବ ।

ସମ୍ବନ୍ଧିତ ଖବର