କାରଖାନା ଉତ୍ପାଦନ କମିଲା, ମୁଦ୍ରାସ୍ଫୀତି ବଢ଼ିଲା

ଅର୍ଥନୀତିକୁ ଡବଲ୍ ଝଟ୍‌କା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସଓ) ପକ୍ଷରୁ ଆଜି ପ୍ରକାଶ କରାଯାଇଥିବା ତଥ୍ୟରୁ ଅର୍ଥନୀତିକୁ ଡବଲ୍ ଝଟ୍‌କା ଲାଗିଛି। ଗୋଟିଏ ପଟେ ଜାନୁଆରି ମାସରେ ଦେଶର କାରଖାନା ଉତ୍ପାଦନ ଅଭିବୃଦ୍ଧି ହାର ୧.୭ ପ୍ରତିଶତକୁ କମିଯାଇଥିବାବେଳେ ଅନ୍ୟପଟେ ଫେବ୍ରୁଆରି ମାସର ଖୁଚୁରା ମୁଦ୍ରାସ୍ଫୀତି ୨.୫୭ ପ୍ରତିଶତକୁ ବଢ଼ିଯାଇଛି। ଗତବର୍ଷ ଜାନୁଆରିରେ ଦେଶର ଶିଳ୍ପ ଅଭିବୃଦ୍ଧି ୭.୫ ପ୍ରତିଶତ ଥିବା‌ବେଳେ ଡିସେମ୍ବରରେ ଏହା ୨.୬ ପ୍ରତିଶତ (ସଂଶୋଧିତ) ରହିଛି। େବ୍ରୁଆରି ମାସ ପାଇଁ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୨.୫୭ ପ୍ରତିଶତକୁ ବୃଦ୍ଧି ଘଟିବା ସହିତ ୪ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି।

ସମ୍ବନ୍ଧିତ ଖବର