ଫେଲ୍‌ ମାରିଲା ବିମୁଦ୍ରାୟନ ! ବଢୁଛି ନଗଦ କାରବାର…

ନୂଆଦିଲ୍ଲୀ:  ବିଫଳ ହେଲା କି ବିମୁଦ୍ରାୟନ ? ଏପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ବିମୁଦ୍ରାୟନ ସମୟରେ ଯେଉଁ ସବୁ କାରଣ ଦେଖାଇ ନିଷ୍ପତିକୁ ସରକାର ଯୁକ୍ତିଯୁକ୍ତ ବୋଲି ଦାବି କରୁଥିଲେ, ଏବେ ତାହା ଫେଲ୍ ମାରିଛି । କ୍ୟାସଲେସ୍ କାରବାର କମିଛି ଏବଂ ନଗଦ କାରବାର ବଢିଛି । ବିମୁଦ୍ରାୟନ ଏବଂ ଜିଏସଟି ଯୋଗୁଁ ଛୋଟ ବ୍ୟବସାୟୀ ଏବଂ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହୋଇଥିବା ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ସାମ୍ନାକୁ ଆସିଲା ବିମୁଦ୍ରାୟନର ଆଉ ଏକ ବିଫଳତା । କ୍ୟାସଲେସ୍ କାରବାର ମାନ୍ଦା, ବଢ଼ୁଛି ନଗଦ କାରବାର । ବିମୁଦ୍ରାୟନ ସମୟରେ ଯେଉଁ ସବୁ କାରଣ ଦେଖାଇ ନିଷ୍ପତିକୁ ଯୁକ୍ତିଯୁକ୍ତି ବୋଲି ଦାବି କରାଯାଉଥିଲା, ସେଥିରୁ ଗୋଟିଏ ପରେ ଗୋଟିଏ କାରଣ ଭୁଲ ପ୍ରମାଣିତ ହେବାରେ ଲାଗିଛି । ପ୍ରଥମେ ଯେତିକି ଟଙ୍କା ଅଚଳ କରାଯାଇଥିଲା, ପ୍ରାୟ ଶତପ୍ରତିଶତ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ୍ ସ୍ପଷ୍ଟ କରିଥିବା ବେଳେ ମାଓବାଦ, ଆତଙ୍କବାଦ ଏବଂ କଳାଟଙ୍କା ଉପରେ ଏହି ନିଷ୍ପତିର କୌଣସି ପ୍ରଭାବ ପଡ଼ିଲା ଭଳି ନଜର ଆସୁ ନାହିଁ ।

ଆଉ ଏସବୁ ଭିତରେ ବିମୁଦ୍ରାୟନ ନିଷ୍ପତି କ୍ୟାସଲେସ୍ ଇକୋନମିକୁ ସଂବୃଦ୍ଧ କରିବ ବୋଲି କୁହାଯାଉଥିଲା । କିନ୍ତୁ ସେତକ ବି ହେଲା ଭଳି ମନେ ହେଉ ନାହିଁ । କାରଣ ଏଚଏସବିସି ପକ୍ଷରୁ କୁହାଯାଇଛି ଯେ, ଭାରତରେ ନଗଦ କାରବାର କମିନି, ବରଂ ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର