ପାନ୍ ପାଇଁ ପିତାଙ୍କ ନାମ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ‌ପାନ୍ କାର୍ଡ ପାଇଁ ଆବେଦନ କରିବା ବେଳେ ପିତାଙ୍କ ନାମ ଉଲ୍ଳେଖ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏକାକୀ ମା’ (ସିଙ୍ଗଲ ମଦର) ଦ୍ବାରା ପାଳିତ ହୋଇଥିବା ପିଲାମାନେ ପାନ୍ କାର୍ଡ ଆବେଦନ କରିବା ବେ‌ଳେ ପିତାଙ୍କ ନାମ ଜଣାଇବା ବାଧ୍ୟତାମୂଳକ ନୁହେଁ। ଆୟକର ନିୟମରେ ସଂଶୋଧନ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଏହି ବିଜ୍ଞପ୍ତି ଜରିଆରେ ପାନ୍ କାର୍ଡ ଆବେଦନକୁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର