ପାର୍ବଣରେ ଆମାଜନ ପେ ପ୍ରଦାନ କରୁଛି ଡେବିଟ୍‌ କାର୍ଡରେ ଇଏମଆଇ ସୁବିଧା

ନୂଆଦିଲ୍ଲୀ : ଚଳିତ ପାର୍ବଣ ଋତୁକୁ ଲକ୍ଷ୍ୟରେ ରଖି ଆମାଜନ ପେ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଡେବିଟ୍‌ କାର୍ଡ ଥିବା ଗ୍ରାହକ ମାନଙ୍କ ପାଇଁ ଇଏମଆଇ ସୁବିଧା ଉପଲବ୍ଧ କରାଇଛି। ଏହାଛଡା ପୂର୍ବରୁ ଆମାଜନ ପେ ଏଚଡିଏଫସି ବ୍ୟାଙ୍କର ଡେବିଟ୍‌ କାର୍ଡ ଥିବା ଗ୍ରାହକଙ୍କୁ ଇଏମଆଇ ସୁବିଧା ଦେଇ ସାରିଛି। ଏହା ଦ୍ୱାରା ଗ୍ରାହକ ମାନେ ନିଜର କିଣା କିଣି କରିବାର ଇଚ୍ଛା ପୂରଣ କରିପାରିବେ। ଏହି ସୁବିଧା ଦ୍ୱାରା ଭାରତୀୟ ଗ୍ରାହକ ମାନେ ବିଶେଷ କରି ଯେଉଁମାନେ ବଡ଼ ଉତ୍ପାଦକିଣିବାର ଇଚ୍ଛା ଥିବ ଏବଂ ସେମାନଙ୍କ ପାଖରେ କ୍ରେଡିଟ୍‌ କାର୍ଡ ନଥିବ, ସେହିମାନେ ଏହି ଡେବିଟ୍‌ କାର୍ଡ ଋଗଓ ମାଧ୍ୟମରେ ଆମାଜନରୁ ନିଜର ଇଚ୍ଛା ମୂତାବକ ଉତ୍ପାଦ କିଣା କିଣି କରିପାରିବେ। ଏହି ଅବସରରେ ଆମାଜନ ଇଣ୍ଡିଆ, ଏମରଜିଙ୍ଗ ପେମେଣ୍ଟସ୍‌ର ନିର୍ଦ୍ଦେଶକ ଭିକାଶ ବଂଶଲ ସୂଚନା ଦେଇ କହିଛ ଯେ ଏହି ସୁବିଧା ଦ୍ୱାରା ଡେବିଟ୍‌ କାର୍ଡ ଥିବା ଗ୍ରାହକମାନେ ଅଧିକ ଲାଭଦାୟକ ହୋଇପାରିବେ। ବିଶେଷ କରି ଏଚଡିଏଫସି, ଆଇସିଆଇସିଆଇ ଓ ଆକ୍ସିସ ବ୍ୟାଙ୍କ ମାନଙ୍କରେ ଡେବିଟ୍‌ କାର୍ଡ ଥିବା ଗ୍ରାହକମାନେ ଅଧିକ ଉପକୃତ ହୋଇପାରିବେ। ଏହା ଦ୍ୱାରା ସେମାନେ ଅଧିକ ସଂଚୟ କରିପାରିବେ।

ସମ୍ବନ୍ଧିତ ଖବର