ଠକେଇ ରୋକିବାକୁ ୧୫ ଦିନ ମଧ୍ୟରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କର, ବ୍ୟାଙ୍କମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ,

ନୂଆଦିଲ୍ଲୀ : ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦେଶରେ ବାରମ୍ବାର ବ୍ୟାଙ୍କ ଠକେଇ ମାମଲା ବଢିଚାଲିଥିବାରୁ ସରକାର ବ୍ୟାଙ୍କଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଗକୁ ଯେପରି ଠକେଇ ନହୁଏ ସେଥିଲାଗି କଣ ଯୋଜନା ପ୍ରସ୍ତୁତ କରିଛ ସେ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ଜଣାଇବାକୁ ଅର୍ଥମନ୍ତ୍ରାଳୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି । ଉଭୟ ଟେକନିକାଲ ଓ ପରିଚାଳନାଗତ ବିପଦକୁ ଦୂର କରିବା ପାଇଁ କଣ କରାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ କୁହାଯାଇଛି ।

ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଓ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ (ସିଟିଓ)ଙ୍କୁ ଏହି ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ବ୍ୟାଙ୍କ କ୍ଷେତ୍ରରେ ଥିବା ସର୍ବଶ୍ରେଷ୍ଠ ସୁରକ୍ଷା ପଦ୍ଧତିକୁ ଅନୁଧ୍ୟାନ କରିବାକୁ କୁହାଯାଇଛି । ଏସବୁ ଯୋଜନା କିପରି କାର୍ଯ୍ୟକାରୀ ହେବ ସେ ନେଇ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ଉପରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବାକୁ କୁହାଯାଇଛି । କେବଳ ଏତିକି ନୁହେଁ ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର ଆଣିବାକୁ ଅର୍ଥମନ୍ତ୍ରାଳୟ ଆଉ କେତେକ ଦୀର୍ଘ ମିଆଦି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ଯୋଜନା ଅନୁସାରେ ରିଜର୍ଭ ବ୍ୟାଙ୍କ ଓ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ ବିଭିନ୍ନ କମ୍ପାନିର ବିଦେଶୀ କାରବାର ଉପରେ ନଜର ରଖିବେ ଓ ସଂଦେହ ହେଲେ ସରକାରଙ୍କୁ ସତର୍କ କରାଇଦେବେ । ଅଧିକ ସଂଦେହ ହେଲେ ସେମାନଙ୍କ ପାସପୋର୍ଟକୁ ଜବତ କରିଦିଆଯିବ ।

ସମ୍ବନ୍ଧିତ ଖବର