ରିଜର୍ଭ ବ୍ୟାଙ୍କକୁ ଦୋଷ ଦେଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପିଏନ୍‌ବିରୁ ୧୧ହଜାର ୪୦୦ କୋଟି ଟଙ୍କାର ଠକେଇ ଧରାପଡ଼ିବା ପରେ ଦେଶର ବ୍ୟାଙ୍କ ବ୍ୟବସ୍ଥାରେ ଯେଉଁ ସବୁ ତ୍ରୁଟି ରହିଛି ସେ ବିଷୟରେ ଜାଣିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଆଗ୍ରହ ପ୍ରକାଶ କରିଛି। ଏହି ଠକେଇ ପାଇଁ ରିଜର୍ଭ ବ୍ୟାଙ୍କକୁ ଅର୍ଥ ମନ୍ତ୍ରାଳୟ ମଧ୍ୟ ଦୋଷ ଦେଇଛି। ବ୍ୟବସ୍ଥାରେ କ’ଣ ସବୁ ଅଭାବ ରହିଛି? କିଭଳି ଏତେ ବର୍ଷ ପର୍ଯ୍ୟନ୍ତ ଏତେ ବଡ଼ ଧରଣର ଠକେଇ ଧରାପଡ଼ିଲା ନାହିଁ? ଯେଉଁ ସବୁ ତ୍ରୁଟି ରହିଛି ତାହାକୁ କିଭଳି ଦୂର କରାଯାଇପାରିବ? ଏସବୁ ବିଷୟରେ ଜଣାଇବା ପାଇଁ ରିଜର୍ଭ ବ୍ୟାଙ୍କକୁ ସରକାର କହିଛନ୍ତି। କ’ଣ କଲେ ଆଗାମୀ ଦିନରେ ଏଭଳି ଠକେଇକୁ ରୋକାଯାଇପାରିବ ବୋଲି ସରକାର ଜାଣିବାକୁ ଚାହିଁଛନ୍ତି। ବ୍ୟବସ୍ଥାରେ କ’ଣ ସବୁ ଉନ୍ନତି ଅଣାଯିବା ଦରକାର ବୋଲି ସରକାର ଜାଣିବାକୁ ଚାହିଁଛନ୍ତି। ୨୦୧୧ରୁ ଚାଲିଥିବା ଏହି ଠକେଇକୁ ଅଡିଟର୍‌ମାନେ କିଭଳି ଧରିପାରିଲେ ନାହିଁ, ତାହା ମଧ୍ୟ ସରକାର ଜାଣିବାକୁ ଚାହିଁଛନ୍ତି। ଅର୍ଥମନ୍ତ୍ରାଳୟର ଏହି ତତ୍ପରତା ଆଗାମୀ ଦିନରେ ବ୍ୟାଙ୍କ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର