ବଜାରରେ ଫିଟବିଟ୍ ଚାର୍ଜ ଥ୍ରୀ

ନୂଆଦିଲ୍ଲୀ: ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ୱେରେବୁଲସ ବ୍ରାଣ୍ଡ, ଫିଟବିଟ୍ ପକ୍ଷରୁ ଫିଟବିଟ ଚାର୍ଜ ଥ୍ରୀ ର ଉପଲବ୍ଧିତା ସମ୍ପର୍କରେ ଘୋଷଣା କରାଯାଇଛି। ଯାହାକି ଭାରତରେ ରିଲାଏନ୍ସ ଡ଼ିଜିଟାଲ, କ୍ରୋମା, ହିଲିୟସ୍ ଏବଂ ଅନ୍ୟ ପ୍ରମୁଖ ରିଟେଲ ଷ୍ଟୋର ମାନଙ୍କରେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ମାତ୍ର ୧୩,୯୯୦ ଟଙ୍କାରେ ଉପଲବ୍ଧ ହେବ। ଉକ୍ତ ଫିଟବିଟ୍ ଚାର୍ଜ ଥ୍ରୀ କଳା ସହିତ ଗ୍ରାଫାଇଟ ଆଲୁମିଲିୟମ୍ କେସ୍ କିମ୍ବା ବ୍ଲୁ ଗ୍ରେ ସହିତ ରୋଜ ଗୋଲ୍ଡ ଆଲୁମିନିୟମ୍ କେସ୍; ଉତ୍ପାଦ ଶୃଙ୍ଖଳା ଗୁଡ଼ିକ ମାତ୍ର ୨,୯୯୦ ଟଙ୍କାରୁ ୪୪୯୦ ଟଙ୍କା ମଧ୍ୟରେ ଉପଲବ୍ଧ। ଫିଟବିଟ୍ ଚାର୍ଜ ୩ ସ୍ୱତନ୍ତ୍ର ସଂସ୍କରଣ ମାତ୍ର ୧୫,୯୯୯ ଟଙ୍କାରେ ଉପଲବ୍ଧ ହେବ। ଚାର୍ଜ ୩ ହେଉଛି ଉତ୍ତମ ବିକ୍ରୟ ହେଉଥିବା ଚାର୍ଜ ପରିବାରର ଡ଼ିଭାଇସ ଗୁଡ଼ିକ ମଧ୍ୟରେ ଅନ୍ୟତ୍ତମ, ଯାହାକି ଉକ୍ତୃଷ୍ଟ ସୁୟିମ୍ ପ୍ରୁଫ୍ ଡ଼ିଜାଇନ ସହିତ ଏକ ବୃହତ୍ତ ଟଚ୍ ସ୍କ୍ରିନ୍ ଡ଼ିସପ୍ଲେ , ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଏବଂ ଟ୍ରାକରରେ ଫିଟନେସ୍ ବୈଶିଷ୍ଟ୍ୟ ଏବଂ ଏହା ଆମର ଏପର୍ଯ୍ୟନ୍ତର ସ୍ମାର୍ଟେଷ୍ଟ ଟ୍ରାକର ହୋଇପାରିଛି, ଯାହାରକି ୭ ଦିନର ବ୍ୟାଟେରୀ ଲାଇଫ୍ ରହିଛି।

ଚାର୍ଜ ଥ୍ରୀ ସଫଳତାର ସହିତ ଏକ ଉନ୍ନତ ବିକ୍ରୟ ହେଉଥିବା ଚାର୍ଜ ଫ୍ରାଞ୍ଚାଇଜ୍ ବଜାୟ ରଖିପାରିଛି। ଏହାର ପ୍ରାରମ୍ଭିକ ପୂର୍ବ ଅର୍ଡ଼ର ବିକ୍ରୟ ଉଭୟ ନୂତନ ଏବଂ ଆଗରୁ ଉପସ୍ଥିତଥିବା ଗ୍ରାହକଙ୍କ ନିକଟରେ ଖୁବ୍ ଗ୍ରହଣୀୟ ହୋଇପାରିଛି। ମୋଟୋମୋଟି ଦେଖିବାକୁ ଗଲେ ଫିଟବିଟ ଡ଼ଟ୍ କମର ୫୪ ପ୍ରତିଶତ ପୂର୍ବ ଅର୍ଡ଼ର ହେଉଛି ବିଶ୍ୱସ୍ତ ଏବଂ ଆଗରୁ ଉପସ୍ଥିତଥିବା ଗ୍ରାହକଙ୍କ ନିକଟରୁ ଆସିଛି, ଯେଉଁମାନଙ୍କରକି ଚାର୍ଜ ଥ୍ରୀ ଅର୍ଡ଼ର ପୂର୍ବରୁ ଦୁଇ କିମ୍ବା ଏଥିରୁ ଅଧିକ ଚାର୍ଜର ରହିଛି। ଏହି ପ୍ରାଥମିକ ଗ୍ରାହକ ଆବଶ୍ୟକତା ଆଇଡ଼ିସି ଏଷ୍ଟିମେଟ୍ ଦ୍ୱାରା ନିର୍ଦ୍ଧାରିତ ହୋଇଥିବାବେଳେ, ଯାହାକି ଫିଟନେସ୍ ଟ୍ରାକର ପ୍ରେରଣକୁ ଅନୁମାନ କରିଥାଏ, ଯାହାକି ପରବର୍ତ୍ତି ଅନେକ ବର୍ଷ ପର୍ଯ୍ୟନ୍ତ ୱେରେବୁଲ ବିଭାଗରେ ଏକ ଉକ୍ତୃଷ୍ଟ ଅଂଶ ହୋଇପାରିବ।

ସମ୍ବନ୍ଧିତ ଖବର