ଫ୍ଲାଟ୍‌ର ଦାମ୍‌ ବର୍ଗଫୁଟକୁ ଲକ୍ଷେ ୨୯ ହଜାର

ମୁମ୍ବାଇ: ଆର୍‌ପିଜି ଗ୍ରୁପ୍‌ର ମୁଖ୍ୟ ହର୍ଷ ଗୋଏଙ୍କା ଏକ ଦାମୀ ଫ୍ଲାଟ୍‌ କିଣିଛନ୍ତି। ମୁମ୍ବାଇର ମାଲାବାର ହିଲ୍‌ରେ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏକ ପାଞ୍ଚ କୋଠରି ବିଶିଷ୍ଟ ବିଳାସପୂର୍ଣ୍ଣ ଫ୍ଲାଟ୍‌କୁ ସେ ୪୫ କୋଟି ଟଙ୍କାରେ କିଣିଛନ୍ତି। ଫ୍ଲାଟ୍‌ର ପ୍ରତି ବର୍ଗଫୁଟ ପାଇଁ ସେ ୧ ଲକ୍ଷ ୨୯ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଆଇଏଲ୍‌ ପ୍ଲାଜୋ ନାମକ କୋଠାରେ ଏହି ଫ୍ଲାଟ୍‌ଟି ୧୮ ଓ ୧୯ତମ ମହଲାରେ ରହିଛି। ଏହା ହେଉଛି ଏକ ଡୁପ୍ଲେକ୍ସ ଫ୍ଲାଟ୍‌। ସିଟି ବ୍ୟାଙ୍କ ପକ୍ଷରୁ ଏହି ଫ୍ଲାଟ୍‌କୁ ନିଲାମ ଜରିଆରେ ବିକ୍ରି କରାଯାଇଛି। ଫ୍ଲାଟ୍‌ର କାର୍ପେଟ୍‌ ଏରିଆ ହେଉଛି ୩୦୦୦ ବର୍ଗଫୁଟ୍‌। ୨୦୧୩ରେ ଏହି କୋଠାରେ ଏକ ଫ୍ଲାଟ୍‌କୁ ୟେସ୍‌ ବ୍ୟାଙ୍କର ମୁଖ୍ୟ ରାଣା କପୁର ୩୯ କୋଟି ଟଙ୍କାରେ କିଣିଥିଲେ। ସେତେବେଳେ ସେ ପ୍ରତି ବର୍ଗଫୁଟ ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ। ଦେଶରେ ହୋଇଥିବା କେତେକ ମହଙ୍ଗା ରିଅଲ ଇଷ୍ଟେଟ୍‌ କାରବାର ମଧ୍ୟରେ ଏହି ଫ୍ଲାଟ୍‌ କିଣାକୁ ଗଣାଯାଉଛି।

ସମ୍ବନ୍ଧିତ ଖବର