୪୦ ଟ୍ରେନ୍‌ରୁ ଆରମ୍ଭ ହେବ ଫ୍ଲେକ୍ସି-ଫେୟାର୍‌ ଉଚ୍ଛେଦ

ନୂଆଦିଲ୍ଲୀ: ୪୦ଟି ଟ୍ରେନ୍‌ରୁ ଫ୍ଲେକ୍ସି-ଫେୟାର୍‌ ପ୍ଲାନ୍‌ ଉଚ୍ଛେଦ କରିବାକୁ ରେଳବାଇ ନିଷ୍ପତ୍ତି ଗ୍ରହଣ କରିଛି। ଏହା ବିମାନ ଟିକିଟ୍‌ ଠାରୁ ମହଙ୍ଗା ହେଉଥିବାରୁ ଯାତ୍ରୀମାନଙ୍କୁ ଦୂରେଇ ଦେଉଛି।

କେବଳ ଏତିକି ନୁହେଁ। ଏହି ଯୋଜନାରେ ଥିବା ବାକି ୧୦୨ଟି ଟ୍ରେନ୍‌ରେ ‘ଲାଷ୍ଟ୍‍-ମିନିଟ୍‌’ ବୁକିଙ୍ଗ୍‌ ଉପରେ ରେଳବାଇ ୫୦% ପର୍ଯ୍ୟନ୍ତ ରିହାତି ଦେବାକୁ ଯାଉଛି। ଯାତ୍ରାର ଚାରି ଦିନ ପୂର୍ବରୁ ମିଳୁଥିବା ସିଟ୍‌ ନିମନ୍ତେ ଏହି ଯୋଜନା ପ୍ରଯୁଜ୍ୟ ହୋଇଥାଏ। ୬୦%ରୁ କମ୍‌ ବୁକ୍‌ ହେଉଥିବା ଟ୍ରେନ୍‌ଗୁଡ଼ିକରେ ଗ୍ରେଡେଡ୍‌ ବୁକିଙ୍ଗ୍‌ ସିଷ୍ଟମ୍‌ ମଧ୍ୟ କରାଯିବ।

ଏହି ଯୋଜନାରେ ୨୦% ଯାଏଁ ରିହାତି ମିଳି ପାରିବ। ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ସମସ୍ତ ପ୍ରିମିୟମ୍‌ ସୁପର୍‌-ଫାଷ୍ଟ୍‍ କ୍ୟାଟେଗୋରି ୪୪ଟି ରାଜଧାନୀ, ୪୬ଟି ଶତାବ୍ଦୀ ଏବଂ ୫୨ଟି ଦୁରୋନ୍ତୋ ଟ୍ରେନ୍‌ଗୁଡ଼ିକରେ ଏହି ଯୋଜନା ଲାଗୁ କରାଯାଇଥିଲା। ରାଜଧାନୀ ଏବଂ ଶତାବ୍ଦୀ ସମ୍ପୂଣ୍ଣ ଶୀତତ୍ତାପ ନିୟନ୍ତ୍ରିତ ଟ୍ରେନ୍‌ ହୋଇଥିବା ବେଳେ ଦୂରୋନ୍ତୋରେ ଏସି ଏବଂ ନନ୍‌-ଏସି କୋଚ୍‌ ମିଶାମିଶି ହୋଇ ରହିଛି।
ମିଳିଥିବା ତଥ୍ୟାନୁସାରେ ୫୦% ୟୁଟିଲାଇଜେସନ୍‌ ଦେଖାଉଥିବା ଟ୍ରେନ୍‌ଗୁଡ଼ିକରୁ ଫ୍ଲେକ୍ସି-ଫେୟାର୍‌ ଯୋଜନା ଉଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର