ଫ୍ଲିପ୍‌କାର୍ଟ ଅଫର: ମାତ୍ର ୯୯୯ଟଙ୍କାରେ ମିଳୁଛି ରେଡମି ନୋଟ -୪

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟିରେ ବୈଦ୍ୟୁତିକ ଉପକରଣ କମ୍ପାନିମାନେ ଅନ୍‌ଲାଇନ୍‌ରେ ନିଜ ନିଜର ଅଫରର ଘୋଷଣା କରି ସାରିଲେଣି। ଅନ୍‌ଲାଇନ୍‌ ଜରିଆରେ ବିଭିନ୍ନ କମ୍ପାନି ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ଏହି କ୍ରମରେ ଅନ୍‌ଲାଇନ୍‌ରେ ବିଭିନ୍ନ କମ୍ପାନି ମଧ୍ୟରେ ଅଫରକୁ ନେଇ ପ୍ରତିଯୋଗିତା ଚଲିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ଅନ୍‌ଲାଇନ୍‌ ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି ଟିଭି ଓ ଲାପ୍‌ଟପ୍‌ ଆଦି ବୈଦ୍ୟୁତିକ ଉପକରଣ ଉପରେ ଆକର୍ଷୀୟ ଅଫରର ଘୋଷଣା କରାଯାଇଛି। ଏହି ଦୌଡ଼ରେ ସାମିଲ ହୋଇଥିବା ଭାରତର ସବୁଠାରୁ ବଡ଼ ଇ-କମର୍ସ େଓ୍ଵବସାଇଟ ଫ୍ଲିପ୍‌କାର୍ଟ । ଫ୍ଲିପ୍‌କାର୍ଟ ମଧ୍ୟ ଧମକାଦାର ଅଫର ସ୍ମାର୍ଟଫୋନ୍‌ ଉପରେ ଘୋଷଣା କରିଛି। ଫ୍ଲିପ୍‌କାର୍ଟର୍ରେ ରେଡମି ନୋଟ- ୪ ମାତ୍ର ୯୯୯ଟଙ୍କାରେ ମିଳୁଛି। ତେବେ ରେଡମି ନୋଟ ୪ର ପ୍ରକୃତ ମୂଲ୍ୟ ୧୨,୯୯୯ଟଙ୍କା ରହିଛି।

ଫ୍ଲିପ୍‌କାର୍ଟରେ ଦୀପାବଳି ଅବସରେ ରେଡମି ନୋଟ ୪ର ମୂଲ୍ୟ ଉପରେ ୨୦୦୦ଟଙ୍କାର ଛାଡ କରାଯାଇଛି। ଏହି ଛାଡ଼ ପରେ ରେଡମି ନୋଟ -୪ ସ୍ମାର୍ଟଫୋନ୍‌ର ମୂଲ୍ୟ ୧୦,୦୦୦ ହୋଇଯାଇଛି। ଯାହାକୁ ଆପଣ କସ୍ତିରେ ୯୯୯ଟଙ୍କାରେ କତଣି ପାରିବେ। ଏତଦ୍‌ବ୍ୟତୀତ େଓ୍ଵବସାଇଟରେ ପୁରୁଣା ଫୋନ୍‌ ପାଇଁ ଏକ୍ସଚେଞ୍ଜ ଅଫର ବି ରହିଛି। ଅର୍ଥାତ ପୁରୁଣା ଫୋନ୍‌ ଏକ୍ସଚେଞ୍ଚ କଲେ ୧୦,୦୦୦ଟଙ୍କାର ଛାଡ ମିଳୁଛି। ଏହି ଅଫର ୪ଜିବି ର‍୍ୟାମ ଓ ୬୪ଜିବି ଷ୍ଟେରେଜ ଥିବା ଫୋନ୍‌ ପାଇଁ ଉପଲବ୍ଧ। ଜିଓମି ରେଡମି ନୋଟ -୪ରେ ୪୧୦୦ ଏମଏଏଚର ଶକ୍ତିଶାଳୀ ବ୍ୟାଟେରି ସହିତ ଆସୁଛି।

ଏତଦ୍‌ବ୍ୟତୀତ ଫ୍ଲିପ୍‌କାର୍ଟରେ ଏଚଡିଏଫସି ବ୍ୟାଙ୍କର ଡେବିଟ ଓ କେଡିଡ କାର୍ଡ ଜରିଆରେ କ୍ରୟ କଲେ ୧୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ନୋ କଷ୍ଟ ଇଏମ୍‌ ଆଇରେ ଫୋନ୍‌ କିଣିଲେ ଏଚଡିଏଫ୍‌ସି ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡ ବି ବ୍ୟବହାର କରି ପାରିବେ।

ଫ୍ଲିପ୍‌କାର୍ଟରେ ୫୭,୦୦୦ଟଙ୍କାର ଗୁଗୁଲ ଫିକସେଲ (୩୨ଜିବି) ମାତ୍ର ୩୯,୦୦୦ଟଙ୍କାରେ ମିଳୁଛି। ସେହିପରି ୬୭,୦୦୦ଟଙ୍କାର ଗୁଗୁଲ ଫିକସେଲ ମାତ୍ର ୩୯,୦୦୦ଟଙ୍କାରେ ଗ୍ରାହକ ପାଇ ପାରିବେ। ଫ୍ଲିପ୍‌କାର୍ଟରେ ହୁଆଇ ପି୯ ଉପରେ ୫୦ପ୍ରତିଶତ ରିହାତି ରହିଛି।

ସମ୍ବନ୍ଧିତ ଖବର