ଏହି ସ୍ୱାଧିନତା ଦିବସ ଉପଲକ୍ଷେ ଫ୍ଲିପକାର୍ଟ ଆରମ୍ଭ କଲା ’ଫ୍ଲିପ୍‌କାର୍ଟ ପ୍ଲସ୍‌’

ଭୁବନେଶ୍ୱର: ଭାରତର ବୃହତ ଇକମର୍ସ କମ୍ପାନି ଫ୍ଲିପକାର୍ଟ ପକ୍ଷରୁ ଚଳିତ ସ୍ୱାଧିନତା ଦିବସ ଅବସରରେ ‘ଫ୍ଲିପକାର୍ଟ ପ୍ଲସ୍‌’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଫ୍ଲିପକାର୍ଟ ପ୍ଲସ୍‌ ହେଉଛି ଏକ ଲାଭଦାୟକ କାଯ୍ୟର୍କ୍ରମ ଯାହାକି ଭାରତର ସମସ୍ତ ଗ୍ରାହକଙ୍କ ନିକଟରେ ଏହାର ସମସ୍ତ ସ୍ୱତନ୍ତ୍ର ସୁବିଧା ସହିତ ପହଞ୍ଚିବାକୁ ଳକ୍ଷ୍ୟ ରଖିଛି, ଯେପରିକି ବିନା ମୂଲ୍ୟରେ ମେମ୍ବରସିପ୍‌ ଏବଂ ରିୱାର୍ଡ଼ ଉପରେ ବିସ୍ତୃତ ରେଞ୍ଜର ପସନ୍ଦ ଅନ୍ତର୍ଭୁକ୍ତ । ଏହି କାଯ୍ୟର୍କ୍ରମ ଗ୍ରାହକ ମାନଙ୍କୁ ସମସ୍ତ ଦିଗରୁ ଏକ ଉତ୍କୃଷ୍ଟ ମାନର ଅନୁଭୂତି ପ୍ରଦାନ କରିବା ସହିତ ସମ୍ପୂର୍ଣ୍ଣ ମାଗଣା ଓ ଦୃତ ଡ଼େଲିଭରୀ ପ୍ରଦାନ କରିବ ଏବଂ ବିଗ୍‌ ଫେଷ୍ଟିବ୍‌ ସିଜିନ୍‌ ସେଲ୍ସ ଭଳି ପ୍ରମୂଖ ସେଲ୍‌ ଇଭେଣ୍ଟମାନଙ୍କୁ ଶୀଘ୍ର ପରିଚାଳନା କରିବାରେ ଗ୍ରାହକମାନଙ୍କୁ ସହାୟକ ହେବ । ଏଥି ସହିତ ଏହାର ଶୁଭାରମ୍ଭ ପରେ ସମସ୍ତ ଫ୍ଲିପକାର୍ଟ ଗ୍ରାହକମାନେ ପ୍ରତ୍ୟେକ ଅର୍ଡ଼ରରେ ’ପ୍ଲସ୍‌ କଏନ୍‌’ ଜିତିବା ଆରମ୍ଭ ହେବ – ଏହା ହେଉଛି ଗ୍ରାହକଙ୍କ ପାଇଁ ପ୍ରତ୍ୟେକ କ୍ରୟର ଯାତ୍ରାରେ ଅନେକ ସୁବିଧା ପାଇବା ପାଇଁ ଏକ ଚାବି ସଦୃଶ । ଯେତେବେଳେକି ଗ୍ରାହକ ରିୱାର୍ଡ଼ କାଯ୍ୟର୍କ୍ରମ କମ୍ପାନୀର ପ୍ରମୁଖ ବ୍ୟବସାୟରେ ଲାଭ ପ୍ରଦାନ କରିଥାଏ, ସେତେବେଳେ ଫ୍ଲିପକାର୍ଟ ପ୍ଲସ ସହଯୋଗୀ ମାନଙ୍କ ଲାଭ ପାଇଁ ପ୍ରୟାସ କରିଥାଏ, ଯେଉଁଥିରୁ ଗ୍ରାହକମାନେ ମଧ୍ୟ ଚୟନ କରିପାରିବେ । ଏହାର ବିସ୍ତୃତ ପହଞ୍ଚ, ଅନ୍ତର୍ଦୁଷ୍ଟି ଏବଂ ବିଭିନ୍ନ ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବା ଡ଼ିଜାଇନ୍‌ ସହିତ ଫ୍ଲିପ୍‌କାର୍ଟ ପ୍ଲସ୍‌ ନିଜକୁ ଏହି ରିୱାର୍ଡ଼ ଉଦ୍ୟୋଗରେ ସୁପ୍ରତିଷ୍ଠିତ କରାଇପାରିଛି ଏବଂ ଭାରତରେ ଇକମର୍ସ ଉଦ୍ୟୋଗରେ ଏକ ଉତ୍‌ପ୍ରେରକର ସ୍ଥାନ ନେଇପାରିଛି ।

ସମ୍ବନ୍ଧିତ ଖବର