ଫ୍ଲିପକାର୍ଟର ‘ନୋ କିଡିିଙ୍ଗ୍‌ ସେଲ୍‌’ : ୮୦ % ରିହାତି ସହ କ୍ୟାସ ବ୍ୟାକ୍‌ ଅଫର

ନୂଆଦିଲ୍ଲୀ : ଅନଲାଇନ ସପିଙ୍ଗ ସାଇଟ ଫ୍ଲିପକାର୍ଟ ଆସନ୍ତା ଦୁଇ ଦିନ ପାଇଁ ନୋ କିଡ଼ିଙ୍ଗ ସେଲ୍‌ର ଘୋଷଣା କରିଛି । ଏପ୍ରିଲ ୧ ତାରିଖକୁ ବୋକା କିମ୍ବା ଏପ୍ରିଲ ଫୁଲ୍‌ ଦିବସ ଭାବେ ପାଳନ କରାଯାଉଥିବାରୁ ଏହି ସେଲ୍‌ର ନାମ ‘ନୋ କିଡ଼ିଙ୍ଗ ଡ଼େ’ ରଖାଯାଇଛି । ଏହି ସେଲ୍‌ରେ ପୋଷାକ ,ବୈଦ୍ୟୁତିକ ଉପକରଣ ଓ ଘରେ ବ୍ୟବହୃତ ସାମଗ୍ରୀ ଆଦିରେ ରିହାତି ରହିଛି । ଏହା ସହ ସାମଗ୍ରୀଗୁଡ଼ିକରେ କ୍ୟାସବ୍ୟାକ ବା ଟଙ୍କା ଫେରସ୍ତ ଅଫର ମଧ୍ୟ ରହିଛି ।

Oneindia

ଫ୍ଲିପକାର୍ଟରେ ଏହି ସେଲ୍‌ରେ ବିଭିନ୍ନ ପ୍ରକାରର ବ୍ୟାଣ୍ଡରେ ରିହାତି ରହିଛି । ଏହି ଅଫରରେ ଗ୍ରାହକଙ୍କୁ ଶତପ୍ରତିଶତ ଭଲ ସାମଗ୍ରୀ ଯୋଗାଇବା ପାଇଁ ପ୍ରାୟତଃ ସମସ୍ତ ସାମଗ୍ରୀକୁ ଫ୍ଲିପକାର୍ଟ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ଅଫର ଅନ୍ତର୍ଗତ ଗ୍ରାହକଙ୍କୁ ପ୍ରାୟ ସମସ୍ତ ସାମଗ୍ରୀରେ ୮୦ ପ୍ରତିଶତ ଯାଏଁ ରିହାତି ମିଳିପାରିବ । ଜିନିଷର ଆରମ୍ଭ ମୂଲ୍ୟ ୪୯ ଟଙ୍କା ରହିଥିବା ବେଳେ ସମସ୍ତ ବଡ଼ ବଡ଼ ବ୍ରାଣ୍ଡରେ ଏହି ଅଫର ଲାଗୁ ରହିଛି । ଏଣୁ ଫ୍ଲିପକାର୍ଟର ଏହି ସୁବିଧା ଉଠାଇବା ପାଇଁ ଲୋକଙ୍କୁ ବୋକା ବନାଇବା ଛାଡ଼ି ନିଜ ଆବଶ୍ୟକୀୟ ବସ୍ତୁର ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଦିଅନ୍ତୁ । କାରଣ ଏହି ଅଫର କେବଳ ଏପ୍ରିଲ ୧ଏବଂ ୨ ତାରିଖ ପାଇଁ ରହିଛି ।

ସମ୍ବନ୍ଧିତ ଖବର