ଏଣିକି ଯାତ୍ରୀ ଯାତ୍ରା ସମୟରେ ରେଳ ଭିତରେ ଏଟିଏମ କାର୍ଡରେ ଖାଦ୍ୟ କିଣି ପେମେଣ୍ଟ କରିପାରିବେ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଆପଣଙ୍କୁ ଖାଇବା ଦରକାର ହେଲେ, ଆପଣ ଏଟିଏମ କାର୍ଡ଼ ସାହାଯ୍ୟରେ ଖାଦ୍ୟ କିଣିପାରିବେ। ପୂର୍ବରୁ ରେଳଯାତ୍ରୀଙ୍କୁ କ୍ୟାଟରିଂ ସେବା ଅନୁସାରେ ଅଧିକ ଟଙ୍କା ବିନିମୟରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା ଏବଂ ଖାଦ୍ୟର ବିଲ ମଧ୍ୟ ଦିଆଯାଉ ନଥିଲା । ଆଉ ଯାତ୍ରୀମାନେ ବିଲ ମାଗିବା ପରେ କ୍ୟାଟରିଂ ସେବାର କର୍ମଚାରୀମାନେ ଅସନ୍ତୁଷ୍ଟ ହେବା ସହ ବଡ଼ କଷ୍ଟରେ ବିଲ ଦେଉଥିଲେ । ତେବେ ଆଗକୁ ଏପରି ଅସୁବିଧା ନହେବା ପାଇଁ ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି।

ଖୁବଶୀଘ୍ର ଭେଣ୍ଡରଙ୍କ ହାତରେ କ୍ୟାସଲେସ୍‌ ସୁବିଧା ଦିଆଯିବ । ରେଳଯାତ୍ରୀ ଖାଦ୍ୟ ପାଇଁ ଏଟିଏମ କାର୍ଡ଼ରେ ପେମେଂଟ କରିବେ ଏବଂ ତାଙ୍କୁ ସହଜରେ ବିଲ ମିଳିଯିବ । ରେଳବାଇ ଭେଂଣ୍ଡରଙ୍କୁ କ୍ୟାସଲେସ ସେବା ଉପଲବ୍ଧ କରାଇବା ପାଇଁ ପଏଣ୍ଟ ଅଫ୍‌ ମେସିନ ଦିଆଯିବ । ଯାହାଦ୍ୱାରା ଯାତ୍ରୀଙ୍କୁ ଆଉ ଅସୁବିଧା ଭୋଗିବା ପାଇଁ ପଡ଼ିବ ନାହିଁ । ଏହି ସେବା ସମସ୍ତ ଟ୍ରେନରେ ଖୁବ ଶୀଘ୍ର ଆରମ୍ଭ ହୋଇଯିବ । ଏପରି ହେବାଦ୍ୱାରା କ୍ୟାଟରିଂ କମ୍ପାନିଗୁଡ଼ିକ ଆଉ ମନମାନୀ କରିପାରିବେ ନାହିଁ । ସେମାନଙ୍କୁ ମନଇଚ୍ଛା କାରବାର ଉପରେ ରୋକ ଲଗାଇବା ସହ ପେଣ୍ଟ୍ରିଂର ଯାଂଚ ପାଇଁ ବିଶେଷ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ କ୍ୟାଟରିଂ କମ୍ପାନିର ବିଷୟରେ ଯାଞ୍ଚ କରିବ । ଯାଞ୍ଚରେ ଦୋଷୀ ସାବ୍ୟସ୍ତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଏହାସହ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଫିଡବ୍ୟାକ୍‌ ନେଇ ସୂଚି ପ୍ରସ୍ତୁତ କରାଯିବ । ଏଥିରେ ରେଳଯାତ୍ରୀଙ୍କ ହସ୍ତାକ୍ଷର ମଧ୍ୟ ରହିବ ।

ସମ୍ବନ୍ଧିତ ଖବର