ଓଡ଼ିଶା ବଜାରରେ ଫୋର୍ଡର ନୂଆ ୟୁଟିଲିଟି ଯାନ ଫ୍ରିଷ୍ଟାଇଲ

ଭୁବନେଶ୍ୱର: ଫୋର୍ଡ ପକ୍ଷରୁ ଏହାର ପ୍ରଥମ ୟୁଟିଲିଟି ଯାନ ଫର୍ଡ ଫ୍ରିଷ୍ଟାଇଲ୍‌କୁ ଓଡ଼ିଶା ବଜାର ସମେତ ସାରାଦେଶରେ ଲଞ୍ଚ୍‌ କରାଯାଇଛି । ଦୁଇଟି ଇନ୍ଧନ ବିକଳ୍ପ ଏବଂ ୬ଟି ନୂଆ ରଙ୍ଗରେ ଏହି ସିୟୁଭି ୪ଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଫୋର୍ଡ଼ ଫ୍ରିଷ୍ଟାଇଲ ପେଟ୍ରୋଲ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫୦୯,୦୦୦ ଟଙ୍କା ରହିଥିବାବେଳେ ଏହାର ଡ଼ିଜେଲ ଭାରିଆଣ୍ଟର ମୂଲ୍ୟ ମାତ୍ର ୬୦୯,୦୦୦ ଟଙ୍କା ରହିଛି ।
ଫ୍ରିଷ୍ଟାଇଲ୍‌ରେ ରହିଛି ଫର୍ଡର ନୂତନ ତିନି ସିଲିଣ୍ଡର ୧.୨ ଟିଆଇ ଭିସିଟି ପେଟ୍ରୋଲ୍‌ ଇିନ୍‌ ଯାହା କ୍ଷୁଦ୍ର, ହାଲୁକା, ଦୃଢ଼ ଓ ଏବଂ ଆକର୍ଷଣୀୟ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି। ପ୍ରାକୃତିକଭାବେ ଗଠନ କରାଯାଇଥିବା ଏହି ଇିନ ଶ୍ରେଣୀର ଶ୍ରେଷ୍ଠ ୯୬ ପିଏସ୍‌ର ଶୀର୍ଷ ଶକ୍ତି ଓ ୧୨୦ ଏନ୍‌ଏମ୍‌ର ଟର୍କ ସୃଷ୍ଟି କରି ଫର୍ଡର ଫନ୍‌-ଟୁ-ଡ୍ରାଇଭ୍‌ ଡିଏନ୍‌ଏ ପ୍ରଦାନ କରୁଛି। ଗ୍ରାହକମାନେ ଫର୍ଡର ବିଶ୍ୱାସନୀୟ ୧.୫ ଏଲ୍‌ ଟିଡିସିଆଇ ଡିଜେଲ୍‌ ଇିନ୍‌ ବିକଳ୍ପ ମଧ୍ୟ ହାସଲ କରିପାରିବେ ଯାହା ଶ୍ରେଣୀର ଅଗ୍ରଣୀ ୧୦୦ ପିଏସ୍‌ ଶୀର୍ଷ ଶକ୍ତି ଓ ୨୧୫ ଏନ୍‌ଏମ୍‌ ଟର୍କ ଉତ୍ପନ୍ନ କରୁଛି । ଉଭୟ ଇଂଜିନ୍‌ରେ ସମ୍ପୂର୍ଣ୍ଣ ନୂଆ, ହାଲକା ସ୍ପିଡ ମାନୁଆଲ୍‌ ଟ୍ରାନ୍‌୍‌ମିସନ୍‌ ରହିଛି ଯାହା ସ୍ପୋର୍ଟିୟର, ଦ୍ରୁତ ଏବଂ ଫନ୍‌-ଟୁ-ଡ୍ରାଇଭ୍‌ ଦକ୍ଷତାକୁ ବଢ଼ାଉଛି। ନୂଆ ମାନୁଆଲ୍‌ ଟ୍ରାନ୍ସମିସନ୍‌ ପାଖାପାଖି ୧୫% ହାଲୁକା ଓ ଏନ୍‌ଭିଏଚ୍‌କୁ ହ୍ରାସ କରି ଏହା ଇନ୍ଧନ ମିତବ୍ୟୟତା ବଢ଼ାଇବାରେ ସହାୟକ ହେଉଛି । ପୂର୍ବଜ ତୁଳନାରେ ଏହା ୪୦% କମ୍‌ ଗିୟର ଅଏଲ୍‌ ଆବଶ୍ୟକ କରୁଛି। ଗାଡ଼ିଚାଳନା ବେଳେ ଡ୍ରାଇଭର୍‌ ଅଧିକ ପ୍ରତିକ୍ରିୟାଶୀଳ ଗିୟର ସିଫ୍‌ଟ ହାସଲ କରିବେ, ଫ୍ରିଷ୍ଟାଇଲ୍‌ର ସ୍ପୋର୍ଟି ଅନୁଭୂତି ବଢ଼ିବ।

ସମ୍ବନ୍ଧିତ ଖବର