‘ମଲ୍‌ଟି-ଲେବଲ୍‌ ମାର୍କେଟିଂ ଜରିଆରେ ହେଉଛି ଜାଲିଆତି’

ଭୁବନେଶ୍ବର: ଲୋକମାନଙ୍କ ମନରେ ବିଶ୍ବାସ ଜନ୍ମାଇ ସେମାନଙ୍କର କଷ୍ଟୋପାର୍ଜିତ ଧନକୁ ହଡ଼ପ କରୁଥିବା ମଲ୍‌ଟି-ଲେବଲ୍‌ ମାର୍କେଟିଂ ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀକୁ ନେଇ ‘ମରାଡର୍ସ ଅଫ୍‌ ହୋପ୍’ ନାମକ ଏକ ପୁସ୍ତକ ପ୍ରକାଶ ପାଇଛି। ଦି ହ୍ବାଇଟ୍ ପେପର୍ସ ତରଫରୁ ପ୍ରକାଶିତ ଏହି ପୁସ୍ତକକୁ ବିଶିଷ୍ଟ ଲେଖିକା ତଥା ଟିଭି ଉପସ୍ଥାପିକା ଅରୁଣା ରବିକୁମାର ରଚନା କରିଛନ୍ତି। ଦୀର୍ଘ ଦେଢ଼ ବର୍ଷ ଗବେଷଣା କରି ସେ ତଥ୍ୟ ସଂଗ୍ରହ କରିଥିଲେ। ମଲ୍‌ଟି ଲେବଲ୍ ମା‌ର୍କେଟିଂ ସଂସ୍ଥା ଦ୍ବା‌ରା କ୍ଷତିଗ୍ରସ୍ତ ‌ହୋଇଥିବା ଲୋକମାନଙ୍କୁ ବ୍ୟକ୍ତିଗତ ସ୍ତରରେ ଭେଟି ସେ ଅନେକ ତଥ୍ୟ ସଂଗ୍ରହ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବର ଅନ୍ୟ ଯେଉଁ ସବୁ ଦେଶରେ ଏଭଳି ଜାଲିଆତି ହୋଇଛି ତାହାର ତଥ୍ୟ ମଧ୍ୟ ମରାଡର୍ସ ଅଫ୍ ହୋପ୍‌ରେ ରହିଛି। ରାଜନୈତିକ ପୃଷ୍ଠପୋଷକତା, ଦୃଢ଼ ସରକାରୀ ନିୟମର ଅଭାବ ଯୋଗୁ ଏହି ସଂସ୍ଥାଗୁଡ଼ିକ ଲୋକଙ୍କୁ ସହଜରେ ଠକି ପାରୁଛନ୍ତି ବୋଲି ଶ୍ରୀମତୀ ରବି କୁମାର କହିଛନ୍ତି। ଏହି ପୁସ୍ତକ ବିଭିନ୍ନ ବହି ଦୋକାନ ସମେତ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର