ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ ମାଗଣା ସରକାରୀ କୋଚିଂ: ଏହି ଛାତ୍ରଛାତ୍ରୀଙ୍କୁ ହେବ ଫାଇଦା, ଏପରି କରନ୍ତୁ ରେଜିଷ୍ଟ୍ରେସନ୍‌

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ପ୍ରତିଯୋଗୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆଗାମୀ ବର୍ଷଠାରୁ ଅର୍ଥାତ୍‌ ୨୦୧୯ରୁ ଛାତ୍ରଛାତ୍ରୀ ପ୍ରତିଯୋଗୀ (ଜେଇଇ ଓ ନିଟ୍‌ ) ପରୀକ୍ଷା ପାଇଁ ମାଗଣାରେ ସରକାରୀ କୋଚିଂ ନେଇ ପାରିବେ। ଏହା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି କାରଣରୁ ସମ୍ଭବ ହୋଇପାରିଛି। ତେବେ ସରକାର ଉଚ୍ଚ ଶିକ୍ଷା ସଂସ୍ଥାରେ ପ୍ରବେଶ କରିବା ପାଇଁ ପ୍ରତିଯୋଗୀ ପରୀକ୍ଷାକୁ ଆୟୋଜିତ କରିଛନ୍ତି। ମାଗଣା ସରକାରୀ କୋଚିଂ ପାଇଁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ନିଜର ୨,୬୯୭ ପ୍ରାକ୍ଟିସ୍‌ ସେଣ୍ଟରକୁ ଆଗାମୀ ବର୍ଷରୁ ଟିଜିଙ୍ଗ ସେଣ୍ଟରେ ପରିବର୍ତ୍ତନ କରାଇବ।

ଏହି ଟିଚିଙ୍ଗ ସେଣ୍ଟରରେ ଟିଚିଙ୍ଗ ପ୍ରୋସେସ୍‌ ୨୦୧୯ ମାଇରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଆଗାମୀ ଜେଇଇ-ମେନ୍‌ର ଛାତ୍ରଛାତ୍ରୀଙ୍କ ମାର୍କ ଟେଷ୍ଟ କରାଯିବ। ଯେଉଁ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଆପ୍‌ ଓ େଓ୍ଵବସାଇଟ୍‌ ଜରିଆରେ ଏନ୍‌ଟିଏ ଜରିଆରେ ରେଜିଷ୍ଟ୍ରେସନ୍‌ କରିବେ, ସେମାନେ National Eligibility cum-Entrance Test-UG (NEETUG) ଓ UGC-NET ପାଇଁ ଆୟୋଜିତ କରାଯାଉଥିବା ମାର୍କ ପରୀକ୍ଷାରେ ଭାଗ ନେଇ ପାରିବେ। ଏଥିସହିତ ନିଜର ପରୀକ୍ଷା ଫଳ ଏନ୍‌ଟିଏ ଶିକ୍ଷକଙ୍କ ସହିତ ଆଲୋଚନା କରି ନିଜର ତ୍ରୁଟି କେଉଁଠାରେ ଅଛି ଜାଣି ପାରିବେ।

ମନ୍ତ୍ରାଳୟର ଅଧିକାରୀଙ୍କ କହିବାନୁସାରେ, ଏହି ଯୋଜନାର ଲକ୍ଷ୍ୟ ହେଉଛି ଏହି ସେଣ୍ଟରକୁ ପ୍ରାକ୍ଟିସ୍‌ ସେଣ୍ଟର ବଦଳରେ ଟିଚିଙ୍ଗ ସେଣ୍ଟର କରାଯିବ। ଏହି ସେଣ୍ଟର କୌଣସି ଅର୍ଥ ନେବ ନାହିଁ। ଏହାର ଫାଇଦା ବିଶେଷ ଭାବେ ସେହି ଟ୍ୟାଲେଣ୍ଟେଡ ଛାତ୍ରଙ୍କୁ ହେବ ଯେଉଁମାନେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଆଶା ରଖି ଥାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ନଥାଏ। ଗ୍ରାମ ଓ ସହରର ବାହାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ସୁବିଧା ହେବ। ପ୍ରାକ୍ଟିସ୍‌ ସେଣ୍ଟରରେ ପ୍ରଥମେ ଛାତ୍ରଛାତ୍ରୀଙ୍କୁ କେବଳ JEE-Mainର ମାର୍କ ପରୀକ୍ଷା ଦେବାର ମଉକା ମିଳିବ। ଏନ୍‌ଟିଏ ମୋବାଇଲ ଆପ୍‌ ଓ େଓ୍ଵବସାଇଟ୍‌ ସେପ୍ଟେମ୍ବର ୧ରୁ ଲଞ୍ଚ କରିବ। ଏହି ଦିନଠାରୁ UGC-NET ୨୦୧୮ ଓ JEE-Main ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ ହେବ। ଏହି ରେଜିଷ୍ଟ୍ରେସନ୍‌ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲୁ ରହିବ।

ସମ୍ବନ୍ଧିତ ଖବର