୨୦୧୯ରୁ ଜେଇଇ ଓ ନିଟ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସରକାରୀ କୋଚିଂ ସୁବିଧା

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ପ୍ରତିଯୋଗୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆଗାମୀ ବର୍ଷଠାରୁ ଅର୍ଥାତ୍‌ ୨୦୧୯ରୁ ଛାତ୍ରଛାତ୍ରୀ ପ୍ରତିଯୋଗୀ (ଜେଇଇ ଓ ନିଟ୍‌ ) ପରୀକ୍ଷା ପାଇଁ ମାଗଣାରେ ସରକାରୀ କୋଚିଂ ନେଇ ପାରିବେ। ଏହା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି କାରଣରୁ ସମ୍ଭବ ହୋଇପାରିଛି। ତେବେ ସରକାର ଉଚ୍ଚ ଶିକ୍ଷା ସଂସ୍ଥାରେ ପ୍ରବେଶ କରିବା ପାଇଁ ପ୍ରତିଯୋଗୀ ପରୀକ୍ଷାକୁ ଆୟୋଜିତ କରିଛନ୍ତି। ମାଗଣା ସରକାରୀ କୋଚିଂ ପାଇଁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ନିଜର ୨,୬୯୭ ପ୍ରାକ୍ଟିସ୍‌ ସେଣ୍ଟରକୁ ଆଗାମୀ ବର୍ଷରୁ ଟିଜିଙ୍ଗ ସେଣ୍ଟରେ ପରିବର୍ତ୍ତନ କରାଇବ।

ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ସହିତ ଜଡ଼ିତ ଥିବା ଅଧିକାରୀଙ୍କ ମୁତାବକ, ପ୍ରାକ୍ଟିସ୍‌ ସେଣ୍ଟର ସେପ୍ଟେମ୍ବର ୮ରୁ ଆରମ୍ଭ ହେବ। ଏହା ଘରୋଇ କୋଚିଂ ସେଣ୍ଟର ପାଇଁ ଭଲ ଖବର ହୋଇ ନଥାଇ ପାରେ। କାରଣ ଘରୋଇ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରାଇଥାଆନ୍ତି।

ସମ୍ବନ୍ଧିତ ଖବର